କେରଳରେ ଦାଦନ ଶ୍ରମିକର ମୃତ୍ୟୁ

ଭଞ୍ଜନଗର,(ସନ୍ତୋଷ ଜେନା) : ରୋଜଗାର ପାଇଁ କେରଳ ଯାଇ ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତ ଖମାରେଡି ଗ୍ରାମର ନରସିଂହ ସ୍ୱାଇଁ (୪୫) ଙ୍କ ଅକାଳ ବିୟୋଗ ଘଟିଛି। କେରଳ ରେ ଦୀର୍ଘ ବର୍ଷ ଧରି ନରସିଂହ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ସେ ଗାଁ କୁ ଆସି ପୁଣି କାଯ୍ୟସ୍ଥଳ କୁ ଯାଇଥିଲେ। କେରଳର ଐରେନାକୂଳମ ଠାରେ ରହି କାଯ୍ୟ କରୁଥିବା ବେଳେ ଶନିବାର ହଠାତ କୌଣସି କାରଣରୁ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ନରସିଂହ ଙ୍କୁ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ସୋମବାର ଭୋର ୪ଟା ସମୟରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ପୁଅ ସାଗର ଓ ଭଣଜା ଶୁଭେନ୍ଦ୍ର କେରଳ ଅଭିମୁଖେ ଯାଇଛନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବା କାରଣରୁ ନରସିଂହ ଶରୀର ଦୁର୍ବଳ ସ୍ୱତେ ଦାଦନ ଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ସ୍ଥିତିରେ ପରିବାର ଲୋକେ ଶବ ସେଠାରୁ ଆଣିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି। ନରସିଂହ ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ତାଙ୍କ ପରିବାର କହିଲେ, ସ୍ତ୍ରୀ,ପୁଅ,ତିନି ବର୍ଷର ଝିଅ ଓ ବୃଦ୍ଧ ବାପା ଅଛନ୍ତି। ପରିବାର ସ୍ଥିତି ସ୍ୱଚ୍ଛଳ ନଥିବା କାରଣରୁ ମରଶରୀରକୁ ତାଙ୍କ ଭିଟାମାଟିକୁ ଆଣିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି। ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମରଶରୀରକୁ ତାଙ୍କ ଭିଟାମାଟିକୁ ଆଣିବା ସହ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ