କେରଳର ଭୋକିଲା ଓଡ଼ିଆ ଶ୍ରମିକଙ୍କୁ ସହାୟତା ହାତ ବଢ଼ାଇଲା ବୁଗୁଡା ବ୍ଲକ ପ୍ରଶାସନ

ବୁଗୁଡା,(ଅନିଲ କୁମାର ମହାରଣା):କେରଳରେ ଫସି ରହି ଅର୍ଦ୍ଧ ଆହାରରେ ଥିବା ବୁଗୁଡା ଓ ପୋଲସରା ବ୍ଲକର ଶ୍ରମିକମାନଙ୍କୁ ବୁଗୁଡା ବ୍ଲକ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କରିଥିବା ଯୋଗୁଁ ଦାଦନ ଶ୍ରମିକମାନଙ୍କ ପକ୍ଷରୁ ଅରୁଣ ସାହୁ କୃତଜ୍ଞତା ଜଣାଇଛନ୍ତି। ଲକ୍ ଡାଉନ ଯୋଗୁଁ କେରଳର କାଲିକଟ ସରକାରୀ ମେଡିକାଲ କଲେଜ ଅଞ୍ଚଳରେ ବୁଗୁଡା ବ୍ଲକର ୯ ଜଣ,ପୋଲସର ବ୍ଲକର ୧୧ ଜଣ,କବିସୂର୍ଯ୍ୟ ବ୍ଲକର ଜଣେ ଓ କୋଦଳା ଏନଏସିର ଜଣେ ଏହିପରି ୨୨ ଜଣ ଜଣ ଫସି ରହିଯାଇଛନ୍ତି। ସେମାନେ ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ବେଳେ ସୋମବାର ଦିନ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।ବୁଗୁଡା ବିଡ଼ିଓ କୋଜହିକୋଡେ ଅଞ୍ଚଳର ଆଲିସେ ମାଥେବଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ୧୦୬୬୦୬୪୬୪୮୭୦ ନମ୍ବରକୁ ଜରୁରୀ ଭାବେ ଦୁଇ ହଜାର ଟଙ୍କା ପଠାଇ ଥିବା ବେଳେ ଆଲିସେ ମାଥେବ ସେହି ୨୦୦୦ ଟଙ୍କା ଆଣି ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ। ଆସନ୍ତା କାଲି ଫସି ରହିଥିବା ଏହି ଓଡ଼ିଆ ଶ୍ରମୀକଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ବୁଗୁଡା ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଜିଲ୍ଲା ପ୍ରଶାସନଙ୍କ ଅନୁରୋଧ କ୍ରମେ ସେଠାର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ନିକଟକୁ ଆସି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।ଆହୁରି ଅନେକ ଓଡ଼ିଆ ଶ୍ରମିକ କେରଳରେ ଫସି ରହିଥିବା ଜଣାପଡିଛି। କୋର୍ଟ ନିର୍ଦ୍ଦେଶ ପ୍ରକାରେ ସମସ୍ତ ରାଜ୍ୟର ରାସ୍ତାକୁ ସିଲ କରାଯାଇଥିବା ଯୋଗୁଁ ବାହାର ରାଜ୍ୟରୁ କୌଣସି ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ। ତେଣୁ ଏହି ସମସ୍ତ ଶ୍ରମିକ ସେଠାରେ ରହିବା ସହ ରାଜ୍ୟ ସରକାର ସେମାନଙ୍କ ଖାଦ୍ୟପେୟ ଓ ଚିକିତ୍ସା ବ୍ୟବସ୍ଥା ଭରଣ କରବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ