କେରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ଅନ୍ତର୍ଗତ କେରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଥମ କରି ଗ୍ରାମବାସୀ ଓ ଶିକ୍ଷକ ମାନଙ୍କ ମିଳିତ ସହଯୋଗରେ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଶ୍ରୀ ତାରିଣୀ ଦଳେଇଙ୍କ ସଭାପତି ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ମୋହନା ବ୍ଲକ ଶିକ୍ଷାଧିକାରୀ ଦେବଦାସ ତାମରାପୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ର ବହୁବିଧ ଉପକାରୀତା ଥିବା କହିଥିଲେ।ମୁଖ୍ୟବକ୍ତା ଏବିଇଓ କୁନାପାତ୍ର ମହୋଦୟ ନାରୀଶିକ୍ଷା ଓ ଦେଶର ଉନ୍ନତି ପରୋକ୍ଷରେ ସମ୍ବନ୍ଧିତ ବୋଲି ପ୍ରକାଶ କରି ମା ମାନଙ୍କୁ ଆହ୍ଵାନ ଦେଇଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ବର୍ଦ୍ଧନ ବାର୍ଷିକ ବିବରଣୀ ପାଠକରିବା ସହ ଅଭାବ ଅସୁବିଧା ଉଚ୍ଚା ଧିକାରୀଙ୍କୁ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସି ଆରସି ଦୟାନିଧି ନାୟକ, ଗୋବିନ୍ଦପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଗାମାଧବ ମହାରଣା, ମିଳିତ ଶିକ୍ଷକ ସଂଘ ସଭାପତି କବିରାଜ ମଳିକ,ମୋସା ମାଝୀ ,ନାଇବ ସରପଞ୍ଚ ସୁଶୀଳ ନାୟକ ପ୍ରମୁଖ ସ୍ଵ ସ୍ଵ ଅଭିଭାଷଣ ରେ ପିଲାମାନଙ୍କୁ ଦେଶଗଠନ ସମାଜସେବା ସହ ନିଷ୍ଠାପର ଜୀବନଯାପନ ପାଇଁ କହିଥିଲେ।ଶିକ୍ଷକ ଦେବରାଜ ସେଠୀ ଓ ଜୟରାମ ସେଠୀ ମଂଚ ପରିଚାଳନା କରିଥିଲେ।ବିଭିନ୍ନ ପ୍ରତିଯୋଗିତା ରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନିର୍ଦ୍ଦେଶ ନା ଓ ପରିଚାଳନା କରିଥିଲେ ଦେବରାଜ ସେଠୀ।ଶିକ୍ଷକ ରାଜେନ୍ଦ୍ର ମଳିକ, ପ୍ରମୋଦ ବେହେରା, ସମାଜସେବୀ ସୁନୀଲ ସାହୁ,ଯୁବକ ସଂଘର କର୍ମକର୍ତ୍ତା ସବୁ ସହଯୋଗ କରିଥିଲେ।ଦୟାନିଧି ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


