କେରାଣ୍ଡିତୋଳାରେ ରଜ ଉତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରରେ ରଜ ଉତ୍ସବ ଯାକଜମକରେ ପାଳିତ ହୋଇଯାଇଛି । ଗ୍ରାମର କୁନି କୁନି ଝିଅଙ୍କ ମଧ୍ୟରେ ପୁଚି, ଝୋଟି, ଏକକ ନୃତ୍ୟ , ମ୍ୟୁଜିକାଲ ଚେୟାର ଓ ବୃଦ୍ଧି ପରୀକ୍ଷା କରାଯାଇଥିଲ।। ଅବସରପ୍ରାପ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣାଙ୍କ ପୈାରହିତ୍ୟରେ ଆୟୋଜିତ ଉତ୍ସବରେ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଗାଁ ସଭାପତି କୋରା ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ସାହୁ ଓ ଜଟେଶ୍ୱର ପ୍ରଧାନ, ନରହରି ପ୍ରଧାନ, ବୀକିଶୋର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ଜି. ହରିଚନ୍ଦନ ପ୍ରମୁଖ ଅତିଥୀଭାବେ ଯୋଗଦେଇ ରଜ ଉତ୍ସବ ପାଳନ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ପରିଚାଳିତ ଉତ୍ସବରେ ସନ୍ଥଲାଲ ଆର୍ଯ୍ୟ. କଣ୍ଠଶିଳ୍ପୀ ଧର୍ମେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ସାହୁ ଆୟୋଜିତ ପ୍ରତିଯୋଗିତାଗୁଡିକର ବିଚାରକ ଭାବେ ଯୋଗ ଦେଇଥିଲେ । ଗ୍ରାମର ଉତ୍ସାହୀ ଯୁବକ ଶିବ ପାଣିଗ୍ରାହୀ, ଜଗନ୍ନାଥ ପ୍ରଧାନ, ଅନଘହୃଦ ମହାରଣା, ଜି. ତପନ. ଜି.ଲାଚ୍ଛେୟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ