କେରାଣ୍ଡିତୋଳା ଠାରେ ମାଗାଣା ଚକ୍ଷୁ ଚିକିତ୍ସା ଶିବିର
ଛତ୍ରପୁର : ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତଥା ବ୍ରହ୍ମପୁର ଇକୋସ୍ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ରୋଟାରୀ କ୍ଲବ ବ୍ରହ୍ମପୁର କ୍ଲଷ୍ଟର ସହଯୋଗ କ୍ରମେ ପରିଚାଳିତ ଏହି ଶିବିରକୁ ସଭାପତି ପ୍ରଦୀପ ପଣ୍ଡା ଉଦ୍ଘାଟନ କରିଥିଲେ । ସମୁଦାୟ ୯୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଧାରଣ କରାଯାଇ ଇକୋସ୍ ହସ୍ପିଟାଲକୁ ପଠାଯାଇଥିଲା । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରୀ ପ୍ରଧାନ, ଉପସଭାପତି ଘନଶ୍ୟାମ ସାହୁ, ସଂପାଦକ ବାଉରୀବନ୍ଧୁ ସାହୁ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଜଟେଶ୍ୱର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । ନାଗରିକ ମଞଅଚର ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଂଯୋଜନା କରିଥିବା ଉପଦେଷ୍ଟା କୋରା ମହାରଣା ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।


