କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଅସହାୟ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶନିବାର ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି l ସ୍ଥାନୀୟ ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ଗ୍ରାମର ଶ୍ରୀ ଚନ୍ଦ୍ର ଶେଖର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରାହିତ୍ୟରେ ଗ୍ରାମର ୪୦ ରୁ ଉର୍ଧ୍ଵ ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା ଓ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ କାମରାଜୁ ମହାରଣା ସଂଯୋଜନା କରିଥିବା ବେଳେ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲିବାଳା ରାଉତ ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ସାହୁ, କେରାଣ୍ଡିତୋଳା ନାରାୟଣପୂର ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରୀ ପ୍ରଧାନ, ସମ୍ପାଦକ ବାଉରୀ ବନ୍ଧୁ ସାହୁ, ଉପ ସଭାପତି ଲକ୍ଷ୍ମଣ ପାଣିଗ୍ରାହୀ ଓ ଘନଶ୍ୟାମ ସାହୁ, ଯୁଗ୍ମ ସମ୍ପାଦକ ସନ୍ତୋଷ ମହାରଣା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ପ୍ରାରମ୍ଭରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଂଯୋଜକ ଶ୍ରୀ ମହାରଣା ଆଲୋକପାତ କରିବା ସହ ଅଞ୍ଚଳର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ କେରାଣ୍ଡି ତୋଳା ଗ୍ରାମରେ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର କରାଯିବା ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି l ସମସ୍ତ କାର୍ଯ୍ୟକ୍ରମ କୁ ବରିଷ୍ଟ ନାଗରିକ ମଞ୍ଚ ର କର୍ମକର୍ତା ମାନେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ