କେରାଣ୍ଡି ରେ ଚାଲିଛି ନିର୍ବାଚନର ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ର କେରାଣ୍ଡି ପଞ୍ଚାୟତ ଠାରେ ନିର୍ବାଚନ ପ୍ରଚାର ପାଇଁ ଆଗେଇ ଆସିଲେନି ପ୍ରତିନିଧି ମାନେ । କେରାଣ୍ଡି ପଞ୍ଚାୟତ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗିକି ଥିବାରୁ ଏହି ପଞ୍ଚାୟତ ପ୍ରତି ଟିକେ ସମସ୍ତ ରାଜନୈତିକ ନେତାମାନଙ୍କ ଦୃଷ୍ଟି ଅଧିକା ରହୁଛି । ଏହି ପାକଞ୍ଚାୟତ ରେ ସମୁଦାୟ ଭୋଟର ସଂଖ୍ୟା ୪୭୯୦ ରହିଥିବା ବେଳେ ଏଥିରୁ ପୁରୁଷ ସଂଖ୍ୟା ୨୪୧୨ ଓ ମହିଳା ସଂଖ୍ୟା ୨୩୭୮ ରହିଛି । ଏହି ପଞ୍ଚାୟତରେ ୧୧ ଗୋଟି ୱାର୍ଡ ରହିଥିବା ବେଳେ ୭ ଗୋଟି ଗ୍ରାମ ରହିଛି । ଏଠାରେ ସ୍ଵବିର ସରପଞ୍ଚ ସ୍ଵାଧୀନ ଭାବେ ରେଗେଡି ରାଣୀ ଓ ସମିତି ସଭ୍ୟ ଭାବେ ଏନ୍.ଶଷିବର୍ନ ନିର୍ବାଚନ କରି ବିଜୟ ହାସଲ କରିଥିଲେ । କିନ୍ତୁ ଏଥର ସମସ୍ତେ ପ୍ରାୟ ନୂତନ ପାର୍ଥିଚୟନ କରିବାକୁ ଇଛା କରୁଛନ୍ତି । ଜନସାଧାରଣଙ୍କ କହିବା ଅନୁସାରେ ପୂର୍ବରୁ ଯେତେଜଣ ପାର୍ଥୀଙ୍କୁ ସେମାନେ ଜୟଯୁକ୍ତ କରିଛନ୍ତି । କିଏ ହେଲେ ସେମାନଙ୍କ ଦୁଃଖ ବୁଝି ନାହଁ । ତେଣୁ ବର୍ତ୍ତମାନ ଯିଏ ନିଜର ହୋଇ ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହେବ ତାକୁ ସେମାନେ ଭୋଟ ଦେବେ । ଏବେ ଶୁଣିବାକୁ ମିଳୁଛି ପ୍ରତିନିଧି ସକାଶେ ପୂର୍ବତନ ସରପଞ୍ଚ ମହେନ୍ଦ୍ର ବରାଡ, ପୂର୍ବତନ ସରପଞ୍ଚ ସୁନିଲ କୁମାର ମହାପାତ୍ର , ଏବଂ ନୂତନ ଭାବେ ସନ୍ତୋଷ କୁମାର ସାମଲ ଓ ନୀଳମଣି ଜେନା ପ୍ରମୁଖ ଆଗେଇ ଆସି ନିର୍ବାଚନ ପ୍ରଚାର ଯୋରସୋରରେ ଚଲାଇଥିବାର ଜଣାପଡିଛି ।