କେଶବ ସେଠୀଙ୍କ ଅମୃତାୟନ ପୁସ୍ତକ ଲୋକାର୍ପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଚରଣାଶ୍ରିତ କେଶବ ସେଠୀଙ୍କ ଦ୍ୱାରା ରଚିତ ଏକ ଆଧ୍ୟାତ୍ମିକ ଓ ସମାଜ ସଂସ୍କାରଧର୍ମୀ ପୁସ୍ତକ ‘ଅମୃତାୟନ’କୁ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ପରିସରରେ ଆଶ୍ରମର ସ୍ଥାୟୀ ସଭାପତି ବାବାଜୀ ଚେତନାନନ୍ଦ ଦାସ, ବାବାଙ୍କର ପଟ୍ଟଶିଷ୍ୟ ମୁଖ୍ୟ ଅତିଥି ଦେବାଶିଷ ଜଗତି, ମୁଖ୍ୟବକ୍ତା ଡଃ. ସୁବାସ ଚନ୍ଦ୍ର ମହାପାତ୍ର, ସମୀକ୍ଷକ ଉପେନ୍ଦ୍ର କର, ଡଃ. ଅଭୟ କୁମାର ରାଉତ ଓ ପତ୍ରିକା ପ୍ରକାଶକ ଅରକ୍ଷିତ ରାଉତ ପ୍ରମୁଖ ଲୋକାର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗରାପୁର ସତ୍ୟସେବା ମଣ୍ଡଳର ସଭାପତି ନଟବର ବିଶ୍ୱାଳ, କବି କରୁଣାକର ଦାସ, ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ଅଭିମନ୍ୟୁ ଗୋଛାୟତ, ଗବେଷକ ନିରଞ୍ଜନ ମେକାପ, ଶିକ୍ଷାବିତ ସ୍ୱପ୍ନାଂଶୁ ଦାସ, ସଞ୍ଜୟ କୁମାର ମଲ୍ଲିକ, ବ୍ୟଙ୍ଗକବି ଶ୍ରୀଧର ମହାନ୍ତି, ମେଜର ଭରତ ଚନ୍ଦ୍ର ଜେନା, ଶରତ କୁମାର ରାଉତ, ସଂଗଠକ ଜଗନ୍ନାଥ ବେହେରା, ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକଟି ଆଜିର ଅବକ୍ଷୟମୁଖୀ ସମାଜ ପାଇଁ ଆଲୋକବର୍ତ୍ତିକା ସଦୃଶ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ଉତ୍ସବକୁ ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଆଶ୍ରମର ସହକାରୀ ପରିଚାଳକ ବାବାଜୀ ଶ୍ରଦ୍ଧାନନ୍ଦ ଦାସ, ଆଶ୍ରମ ପରିଚାଳନା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ସେବକ ପୁରସ୍ତମ ଗେରୁ, ପୂଜକ ବାଙ୍କବିହାରୀ ଆଚାର୍ଯ୍ୟ, ସୁରେଶ ଚନ୍ଦ୍ର ରାଉତ, ଦିଲ୍ଲିପ କୁମାର ସାହୁ, ରବିନାରାୟଣ ସାହୁ, ଶ୍ରୀଧର କୁମାର ଭୋଳ, ଅଜୟ କୁମାର ପାତ୍ର, ରଞ୍ଜନ ବାଇ, ଡଃ. ରାଜେନ୍ଦ୍ର ପ୍ରସାଦ ବରାଳ, ଲେଖକଙ୍କର ସୁପୁତ୍ର ଭାଗ୍ୟଧର ସେଠୀ, ପୁତ୍ରବଧୁ ଲକ୍ଷ୍ମୀପ୍ରିୟା ଦାସ, କନ୍ୟା ଚିନ୍ମୟୀ ସେଠୀ, ନାତି ବିଶ୍ୱମ୍ବର ଓ ସାଇରାମ ଏବଂ ନାତୁଣୀ ସାଇଶ୍ରଦ୍ଧା, ସାରଶ୍ରୀ ଓ କ୍ରୀଷ୍ଣା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ