କେଶରିଗୁଡ଼ା ରାସ୍ତା ପାଲଟିଛି ମରଣ ଯନ୍ତା ବ୍ୟାପକ ପିସୁ କାରବାର ପାଇଁ କାମ ନିମ୍ନମାନର
ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ଗ୍ରାମ ଅଞ୍ଚଳରେ ବିକାଶ କରିବା ପାଇଁ ବିଭିନ୍ନ ଦିଗରେ ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି I ହେଲେ ତାହା ଜନ ସାଧାରଣ ଙ୍କ କାମରେ ନ ଲାଗି ଖତ ଖାଉଛି ବା ନଷ୍ଟ ହେଉଛି I ଗ୍ରାମ କୁ ଗମନାଗମନ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ୨୦୧୩/୧୪ରେ ଅଟକଳ ମୂଲ୍ୟ୨୨୬.୩୦୨ ଲକ୍ଷ୍ୟ ରେ ଚୁଡଙ୍ଗପୁରୁ ଗ୍ରାମ ରାସ୍ତା ଠାରୁ କେଶରିଗୁଡ଼ା ଗ୍ରାମ କୁ୮କିମି ରାସ୍ତା ମଧ୍ୟ ରୁ୪କିମି ରାସ୍ତା ନିର୍ମାଣ କରିଥିଲେ I ଠିକାଦାର ରଞ୍ଜନ କୁମାର ପାଣିଗ୍ରାହୀ ହେଲେ ରାସ୍ତା କାମ ସାରିବାର ଦୁଇ ମାସ ପରେ ପିଚୁ ଉଠି ଖାଲ ଖମା ହୋଇଥିଲା ପାଞ୍ଚ ବର୍ଷ ରକ୍ଷଣ ବିକ୍ଷଣ ରହିଥିବା ବେଳେ ଠିକାଦାର ଦୁଇ ବର୍ଷ ସାମାନ୍ୟ ପିଚୁ ପକାଇ ବିଲ ପାଶ କରି ନେଇଥିଲେ ତାହା ମଧ୍ୟ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ରେ ବ୍ୟାପକ ପିସି ଦେଇ ତାହା ପରଠାରୁ ରାସ୍ତା ପୂର୍ବ ଭଳି ଖାଲ ଖମା ହୋଇ ପଡିଛି I ୭ବର୍ଷ ହେଲା ସେଥି ମଧ୍ୟରେ ୪ଜଣ ନିର୍ବାହୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ୩ଅଦଳ ବଦଳ ହେଲାଣି କିନ୍ତୁ ଲୋକଙ୍କ ଗୁହାରି କେହି ଶୁଣୁ ନାହାଁନ୍ତି I କେହି ଯାହା ଦ୍ୱାରା ଗ୍ରାମ କୁ ଆମ୍ବୁଲାନ୍ସ ସେବା ହେଉ କିମ୍ବା ପିଲା ଙ୍କୁ ବିଦ୍ୟାଳୟ ଯିବାକୁ ବହୁ କଷ୍ଟ କରିବା କୁ ପଡୁଛୁ ରାସ୍ତା ଖରାପ ଥିବାରୁ ବିଦ୍ୟାଳୟ କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯିବା ବିଳମ୍ବ ହେଉଛି I ଏହି ରାସ୍ତା ଟି ଉଦୟଗିରି ବ୍ଲକ ର କିଛି ଗ୍ରାମ କୁ ମଧ୍ୟ ସଂଜଗ କରୁଥିବା କହିଛନ୍ତି I ଗ୍ରାମ ବାସୀ ଖାଲି ସେତିକି ନୁହେଁ ଗ୍ରାମ ବାସୀ ବହୁ ବାର ଯନ୍ତ୍ରୀ ଙ୍କ ଠାରୁ ନେଇ ନିର୍ବାହୀ ଯନ୍ତ୍ରୀ ଙ୍କୁ ମଧ୍ୟ ବହୁ ବାର ଅଭିଯୋଗ କରି ଆସିଥିଲେ ମଧ୍ୟ କୋଣସୀ ସୁଫଳ ମେଳି ପାରିନି I ଅନ୍ୟ ପଟେ ଗ୍ରାମ ବାସୀ ଓ ଚୁଡଙ୍ଗପୁରୁ ସମିତି ସଭ୍ୟ ହେମନ୍ତ ଗମାଙ୍ଗ, କେଶରିଗୁଡ଼ା ସମିତି ସଭ୍ୟ କାର୍ତ୍ତିକ ଶବର, ଗୁରା ଗମାଙ୍ଗ, ପୁଲିଆ ରଇତ କହିଛନ୍ତି ମୋହନା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ରେ କିଛି ପୁରୁଣା କର୍ମଚାରୀ ରହି ବ୍ୟାପକ ପିସି କାରବାର କରି ଟଙ୍କା ଲୁଟି ମାଲାମାଲ ହେବାରେ ଲାଗିଛନ୍ତି ଏବଂ ମାର୍ଚ୍ଚ ମାସ ଆସିଲେ ଅଳ୍ପ ପିଚୁ ପକାଇ ଟଙ୍କା ବିଲି କରିବାରେ ଲାଗିଛନ୍ତି କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ରାସ୍ତା ନିର୍ମାଣ ମରାମତି କରିବା ରେ ଫେଲ ମାରିଛନ୍ତି ନିର୍ବାହୀ ଅଧିକାରୀ ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତୁରନ୍ତ ରାସ୍ତା ନିର୍ମାଣ କରାଯାଉ ନଚେତ ଅଳ୍ପ ଦିନ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ ସହ ରାସ୍ତା ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳର ଲୋକେ I


