କେଶ ପାଇଁ ଉତ୍ତମ ଭୁର୍ସୂଙ୍ଗ ପତ୍ର

ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଭୁର୍ସୂଙ୍ଗ ପତ୍ରର ଅଧିକ ବ୍ୟବହାର ଦେଖାଯାଇଥାଏ । ଏହାର ବାସ୍ନା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରୁଥିବା ବେଳେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ । ପୋଷକତତ୍ତ୍ୱ ଭରପୁର ଭୁର୍ସୂଙ୍ଗ ପତ୍ର କେଶ ଘନତ୍ୱ ବଢ଼ାଇବାରେ ସହାୟକ । ବିଶେଷଜ୍ଞଙ୍କ ମତରେ ଦୈନିକ ୫-୬ଟି ପତ୍ର ଖାଲିପେଟରେ ଖାଇଲେ କେଶ ଝଡ଼ା ସମୟକ୍ରମେ କମ ହୁଏ । ପ୍ରୋଟିନ, ବିଟା କ୍ୟାରୋଟିନ, ଆଣ୍ଟି ଅକ୍ସିଡାଣ୍ଟ ମିନେରାଲ୍ସ ଆଣ୍ଟି ବ୍ୟାକ୍ଟେରିଆ ଭରପୁର ଭୁର୍ସୂଙ୍ଗ ପତ୍ରର ପ୍ୟାକ କେଶମୂଳରେ ଲଗାଇଲେ ତାହାର ଉତ୍ତମ ପ୍ରଭାବ ପଡ଼ିଥାଏ ।
ଅତ୍ୟଧିକ କେଶଝଡ଼ା, କେଶରେ ରୂପି, କେଶ ଅକାଳରେ ପାଚିବା ଇତ୍ୟାଦି ସମସ୍ୟାରୁ ବର୍ତ୍ତବାକୁ ଚାହୁଁଥିଲେ ଭୁର୍ସୂଙ୍ଗ ପତ୍ରକୁ ଶୁଖାଇ ପରେ ତାହାକୁ ଗୁଣ୍ଡ କରିନେବେ । ଏବେ ସେଥିରୁ ୧ ଚାମଚ ନେଇ ଅଳ୍ପ ଦହି ମିଶାଇ କେଶ ମୂଳରେ ପ୍ୟାକ ଭଳି ଲଗାନ୍ତୁ । ୨୦ ମିନିଟ ପରେ କେଶକୁ ଶାମ୍ପୁ କରିବେ । ସପ୍ତାହକୁ ୨ ଥର ଏହି ପ୍ୟାକ ଲଗାଇଲେ ଫରକ ଜାଣିପାରିବେ ।
ନଡ଼ିଆ ତେଲ କିମ୍ବା ସୋରିଷ ତେଲକୁ ଗରମ କରି ସେଥିରେ ୧୦-୧୨ଟି ଭୁର୍ସୂଙ୍ଗ ପତ୍ର ପକାଇ ଭଲ ଭାବେ ଫୁଟାଇବେ । ପରେ ତେଲକୁ ଥଣ୍ଡା କରି କେଶ ମୂଳରେ ଲଗାଇଲେ ଫରକ ଜାଣିହେବ ।
ରାତିରେ ୧୦-୧୨ଟି ପେସ୍ତାବାଦାମକୁ ପାଣିରେ ବୁଡ଼ାଇ ରଖନ୍ତୁ । ସକାଳୁ ସେଥିରୁ ଚୋପା ଛଡ଼ାଇ ଗ୍ରାଇଣ୍ଡିଂ କରିବେ । ଏବେ ସେହି ମିଶ୍ରଣରେ ଭୁର୍ସୂଙ୍ଗ ପତ୍ର ମିଶାଇ ପୁନର୍ବାର ଗ୍ରାଇଣ୍ଡିଂ କରନ୍ତୁ । କେଶମୂଳରେ ଏହି ପ୍ୟାକ ଲଗାଇ ୩୦ ମିନିଟ ପରେ ଶାମ୍ପୁ କରିନେବେ । ଏହି ଉପାୟରେ ଆପଣଙ୍କର କେଶର ଘନତ୍ୱ ବଢ଼ିବା ସହ କେଶଝଡ଼ା ମଧ୍ୟ କମ୍ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ