କେସରୀୟା ହିନ୍ଦୁ ବାହିନୀ ପକ୍ଷରୁ ରେଳ ଚଳାଚଳ ଦାବୀ
ଛତ୍ରପୁର ,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ରେ ରେଳ ରହଣୀ ଦାବୀ ରେ କେସରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଶୁକ୍ରବାର ଦିନ କେସରୀୟା ହିନ୍ଦୁ ବାହିନୀ ର ଜ଼ିଲ୍ଲାସଭାପତି ମଧୁସୂଦନ ଓ ରାଜ୍ୟ ସଂଯୋଜକ ଗଜେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱ ରେ ଏହି ସ୍ମାରକ ପତ୍ର ଜ଼ିଲ୍ଲାପାଳଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି l କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ 29 ତାରିଖ ରୁ ବ୍ରହ୍ମପୁର ଓ ବାଲୁଗାଁ ରେଳଷ୍ଟେସନ ରେ ଯାତ୍ରୀ ବ୍ରାହୀ ରେଳ ରହଣୀ କୁ ଜ଼ିଲ୍ଲାପ୍ରଶାସନ ପରାମର୍ଶ କ୍ରମେ ବାତିଲ କରାଯାଇଛି l ତେବେ ବର୍ତ୍ତମାନ ଜିଲ୍ଲାରେ ଏକ ପ୍ରକାର ସ୍ୱାଭାବିକ ଅବସ୍ଥା ଆସିଥିବା ଏବଂ ଦୋକାନ ବଜାର ଖୋଲା, ପ୍ରବେଶ ପଥ ସିଲ କୁ ପ୍ରତ୍ୟାହାର କରାଯାଇଥିବା ବେଳେ ବ୍ରହ୍ମପୁର,ବାଲୁଗାଁ ଓ ଅନ୍ୟାନ୍ୟ ଷ୍ଟେସନ ରେ ଟ୍ରେନ ରହଣୀରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଉପରୋକ୍ତ ଷ୍ଟେସନ ରେ ଟ୍ରେନ ରହଣୀ ପାଇଁ ନିବେଦନ କରାଯାଇଛି l ଦାବିରେ ଏ ପ୍ରକାର ସ୍ୱାଭାବିକ ଅବସ୍ଥା ଆସିଥିବା ଦରଖାସ୍ତ ଦ୍ଵାରା ପୁନଃ କାର୍ଯ୍ୟକାରୀ କେସରୀୟା ହିନ୍ଦୁ ବାହିନୀ ତରଫରୁ ଏବଂ ଦୋକାନ ବଜାର ଖୋଲା, କରିବାପାଇଁ ନିବେଦନ କରାଯାଇଛି l ଏପରିକି ଟ୍ରେନ ରହଣୀ ବନ୍ଦ ହେବା ଫଳରେ ଜନ ସାଧାରଣ ଭୁବନେଶ୍ୱର ରେ ଓଲ୍ହାଇ ଗଞ୍ଜାମ କୁ କାର କରି ଆସିବା ଅତ୍ୟନ୍ତ ଖର୍ଚ୍ଚlନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରାଯାଇ l ତେଣୁ ଲୋକଙ୍କ ସୁବିଧା ପାଇଁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ମାରକ ପତ୍ର ରେ ଦର୍ଶାଯାଇଛି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ କେସରୀୟା ହିନ୍ଦୁ ବାହିନୀ ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା,ଜିଲ୍ଲା ଶୈଖ୍ୟଣୀକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍.ଏ.ସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର,ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ କେଦାର ରାଉଳ,ଉମାଶଙ୍କର ପାଣି, ଅରୁଣ କୁମାରପାଣିଗ୍ରାହୀ, ବୃନ୍ଦାବନ ବେହେରା,ଅମ୍ବୁଜା ଚରଣ ସାହୁ, ବିଷ୍ଣୁଦେବ, ରବି ମହାରଣା ଓ ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।