କେସିଙ୍ଗା ଜଳସ୍ୱାସ୍ଥ୍ୟ ବିଭାଗ ରେ ଠିକାଦାର ରାଜ ମନଇଚ୍ଛା କାମ କରୁଥିବା ଅଭିଯୋଗ
କେସିଙ୍ଗା, (ମାଧବ ସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଳ ସ୍ୱାସ୍ଥ୍ୟ ବିଭାଗ ରେ ଚାଲିଛି ଠିକାଦାର ରାଜ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଲୋକେ ଠିକ ସମୟରେ ପାଣି ପାଉନଥିବା ବାରମ୍ବାର ଅଭିଯୋଗ ହେଉଛି ହେଲେ ଏଠାରେ ଠିକାଦାର ମାଲାମାଲ ହେଉଥିବା ନଜର ଆସୁଅଛି! ମହୁଫେଣା ରୁ ମହୁ ଲୁଟକରିବା ଭଳି ଦୃଶ୍ୟ ଏଠାରେ ଦେଖିବା କୁ ମିଳୁଛି ଏସ୍ଟିମେଟ ଗୋଟେ ପ୍ରକାର ଓ କାମ ହେଉଛି ଗୋଟେ ପ୍ରକାର ହେଲେ ବିଭାଗୀୟ ଅଧିକାରୀ ସାଜିଛନ୍ତି ନିରବ ଦ୍ରଷ୍ଟା ବୋଲି ଲୋକେ ଅଭିଯୋଗ କରିଛନ୍ତି! ୨୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ କେସିଙ୍ଗା ସହର ପାନୀୟ ଜଳ ପାଇଁ ତେଲନଦୀ ଉପରେ ନିର୍ଭର କରି ଆସୁଛନ୍ତି ସେଥିପାଇଁ ରାଜ୍ୟ ସରକାର ତରଫରୁ ବିଶୁଦ୍ଧ ପାଣି ଯୋଗାଣ ପାଇଁ କେସିଙ୍ଗା ଜଳ ସ୍ୱାସ୍ଥ୍ୟ ବିଭାଗରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଆଗକୁ ଗ୍ରୀଷ୍ମ ଋତୁରେ ଲୋକେ ଠିକ ସମୟରେ ପାଣି ପାଇବେ ବର୍ତ୍ତମାନ ରୁ ଭାଳେଣି ରେ ଅଛନ୍ତି ଗୋଟିଏ ପଟେ ବେଦାନ୍ତ ପାଇପ ଲାଇନ ଯୋଗୁଁ ଜଳସ୍ତର ନିମ୍ନ ଗାମୀ ହୋଇ ନଦୀରେ ପାଣି କମ ହେଉଥିବା ଯୋଗୁଁ ଠିକାଦାର ଙ୍କୁ ବିରାଡ଼ି ଆଗରେ ଶିକା ଛିଣ୍ଡିଲା ଭଳି ମେଣ୍ଟେଟେନେନସ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି! ବାରମ୍ବାର ନଦୀରୁ ଆସୁଥିବା ମୁଖ୍ୟ ପାଇପ ଲାଇନ ଫାଟି ଜଳ ଯୋଗାଣ ରେ ଅସୁବିଧା କୁ ଦୃଷ୍ଟି ରେ ରଖି ବିଭାଗ ତରଫରୁ ଆଉଏକ ବିକଳ୍ପ ପାଇପ ଲାଇନ କାମ ୨୦୨୨-୨୩ ରେ ୭୦ ଲକ୍ଷ ବିନିମୟରେ ଆଶିଷ ପାତ୍ର ନାମକ ଭୁବନେଶ୍ୱର ର ଏକ ଠିକାଦାର ଙ୍କୁ କାର୍ଯ୍ୟ ଆଦେଶ ଦିଆଯାଇଛି ହେଲେ କାମ ଆରମ୍ଭ ରୁ ନିଜ ରାଜନୀତିକ ପାତିଆର ଦେଖାଇ ବିଭାଗୀୟ ଅଧିକାରୀଙ୍କୁ ଅଣଦେଖା କରି ନିଜ ମୁତାବକ କାମ କରୁଥିବା ବହୁ ଆଗରୁ ଅଭିଯୋଗ ହୋଇଛି ! ଏସ୍ଟିମେଟ ରେ ୧ ମିଟର ଗାତ ଖୋଳି ବାଲି ଫିଲିଙ୍ଗ ସହ ୪ଇଞ୍ଚ ମେଟାଲ ଓ ୪ଇଞ୍ଚ ଚିପ୍ସ ଫିଲିଙ୍ଗ ଦେବାର ବ୍ୟବସ୍ଥା ରହିଛି ହେଲେ ଏଠାରେ ଠିକାଦାର ଅଧା ମିଟର ଗାତ ଖୋଳି ବାଲି ଜାଗାରେ ମାଟି ଫିଲିଙ୍ଗ କରି ଉପରେ ଉପରେ ବାଲି ଦେଇ ୨ଇଞ୍ଚ ର ଚିପ୍ସ କାମ କରିଥିବା ବିଭାଗୀୟ ଯନ୍ତ୍ରୀ ଙ୍କ ପାଖରେ ବହୁ ଆଗରୁ ଅଭିଯୋଗ ରହିଛି! ଏନେଇ କିଛି ବ୍ୟକ୍ତି ବିଶେଷ ଦ୍ୱାରା ଅଭିଯୋଗ ହେବାରୁ ଏହିକାମ କିଛିଦିନ ପାଇଁ ବନ୍ଦ ରହିଥିଲା ହେଲେ ବର୍ତମାନ ୨ବର୍ଷ ରୁ ଉର୍ଦ୍ଧ ହେବ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ! ଠିକାଦାର ନିଜ ଇଛାମୁତାବକ ରାସ୍ତା କୁ ଖୋଲିକି ପକେଇ ରଖିବା ଓ ନିଜ ହିସାବରେ କାମ କରିବା ଜାରିରଖିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଚିଠି ଉପରେ ଚିଠି ଲେଖୁଥିବା ଓ ଠିକାଦାର ଙ୍କୁ କୌଣସି ଫରକ ପଡୁନଥିବା ନିଜେ ବିଭାଗୀୟ ଯନ୍ତ୍ରୀ ସ୍ୱୀକାର କରିଛନ୍ତି! କେସିଙ୍ଗା ଜନ ସ୍ୱାସ୍ଥ୍ୟ ବିଭାଗ ରେ କେବଳ ଆଶିଷ କୁମାର ପାତ୍ର ହରିଲୁଟ କରିବାକୁ ଆସିନାହାନ୍ତି କେସିଙ୍ଗା ସହରରେ ଯେତେ ବି କାମ ଚାଲିଛି କୌଣସି କାମରେ ମଧ୍ୟ ଏସ୍ଟିମେଟ ଅନୁଯାଇ ହେଉନାହିଁ ସବୁଥିରେ ଦୁର୍ନୀତି ର ଗନ୍ଧ ନିର୍ଗତ ହେଉଥିବା ଓ ଲୁଟତରାଜ ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଉଛି! ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକଙ୍କୁ ପଚାରିବାରୁ ଏସ୍ଟିମେଟ ହିସାବରେ କାମ ହେଉଛି କିଛି ଜାଗାରେ କିଛି ବ୍ୟତିକ୍ରମ ଦେଖାଦେଇଛି ଏବଂ ଏହି କାମ ପାଇଁ ମୁଁ ବାରମ୍ବାର ଚିଠି ଲେଖି ଠିକାଦାର ଙ୍କୁ ଅବଗତ କରେଇଛି କିନ୍ତୁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ କରୁନାହିଁ ଲୋକଙ୍କୁ ବହୁତ ଅସୁବିଧା ହେଉଥିବା ଅନେକ ଲୋକ ମତେ ଅଭିଯୋଗ କରୁଛନ୍ତି ଯଦି ଏଇ କିଛି ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ନକରନ୍ତି ତାହେଲେ ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ତାଙ୍କୁ ଆମେ ବ୍ଲାକ ଲିଷ୍ଟ କରିବା ପାଇଁ ଚେଷ୍ଟା କରିବୁ ବୋଲି ସେ ପ୍ରକାଶ କରିଥିଲେ! ତେବେ ଠିକାଦାର ଅଧିକାରୀଙ୍କ ଆଦେଶ କୁ ପାଳନ କରୁଛନ୍ତି ନା ବ୍ଲାକ ଲିସ୍ଟେଷ୍ଟ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା!