କେସିଙ୍ଗା ବନ ଅଧିକାରୀ ଘର, କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍):କେସିଙ୍ଗା ବନ ଅଧିକାରୀ ଦୀନବନ୍ଧୁ ମେହେର ଙ୍କ ବଲାଙ୍ଗିର ସ୍ତିତ ଘର ଏବଂ କେସିଙ୍ଗାସ୍ତିତ କାର୍ଯ୍ୟାଳୟ ଓ ସରକାରି ବାସଭବନରେ ଆଜି ଭୋରରୁ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଆୟବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ବଲାଙ୍ଗିର ରୁ ଶ୍ରୀ ମେହେରଙ୍କୁ ଭିଜିଲାନ୍ସ ବିଭାଗ କେସିଙ୍ଗା ଆଣି ତାଙ୍କ କାର୍ଯ୍ୟାଳୟ ସମେତ ସରକାରି ବାସଭବନର ଖାନ ତଲାସ କରିଛି । ଚଢାଉରେ ବରଗଡ ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର କୁମାର ନାଏକ , ବଲାଙ୍ଗିର ଇନ୍ସକ୍ଟେର ସଦାନନ୍ଦ ପାଣି,ଭବାନିାଟଣା ର ଶୁଶାନ୍ତ କୁମାର ଟ୍ଟନାୟକ, ପ୍ରକାଶ ବେହେରା ସମେତ ଅନ୍ୟମାନେ ସାମିଲ ଅଛନ୍ତି । ଏ ସମ୍ପର୍କରେ ଶୀ ମେହେର ଙ୍କୁ ଚାରିବାରୁ ଗତ କିଛିଦିନତଳେ ପୁଲିସ ଭ୍ୟାନରେ କାଠ ଚୋରା ଚାଲାଣ ହେଉଥିବା ବେଳେ ମୁଁ ଧରିଥିଲି । ତେଣୁ ମତେ ହଇରାଣ କରିବାକୁ ଏଭଳି କରାଯାଇଥିବା ଅନୁମାନ କରୁଛି ବୋଲି ପ୍ରତିକ୍ରୀୟା କରୁଛନ୍ତି ।