କେସିଙ୍ଗା ବହୁ ଚର୍ଚ୍ଚିତ ଡକାୟତି ଘଟଣାରେ ସମସ୍ତ ୬ ଜଣ ନିର୍ଦ୍ଦୋଷ ରେ ଖଲାସ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଳା କେସିଙ୍ଗା ସହର ଜଗନ୍ନାଥ ପଡ଼ାର ର ବ୍ୟବସାୟୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ଙ୍କ ଘରୁ ଗତ ୨୮/୫/୨୦୨୪ରେ ନଗଦ ୬ଲକ୍ଷ ଟଙ୍କା, ସୁନା ଓ ଡାଇମାଡ ଡକାୟତି ମାମଲାରେ କେସିଙ୍ଗା ପୁଲିସ୍ ଖିତିଶ ରଣା, ରୁକ୍ମଣ ରଣା, ଧୋବେ ଖର୍ସେଲ୍, ବାବ୍ଲୁ ଦୀପ, ଦୈତାରି କରୁଆ ଓ ସୁବିଧା ରଣା କୁ କେସିଙ୍ଗା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଘଟଣାରେ ସମସ୍ତ ୬ ଜଣ ନିର୍ଦ୍ଦୋଷ ରେ ଖୋଲାସ କରିଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ଭିଜିଲାନ୍ସ) କଳାହାଣ୍ଡି। ଉକ୍ତ ମକଦ୍ଦମା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜିବୀ ଗଣପତି ନାଏକ।