କୋଭିଡ୍‌-୧୯ ବେଡ୍‌ କଳାବଜାରୀ ବନ୍ଦ କରିବାକୁ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ଦୁଇ ଦିନ ମଧ୍ୟରେ କୋଭିଡ୍‌ – ୧୯ ବେଡ୍‌ କଳାବଜାରୀ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ସେ କହିଛନ୍ତି ଯେ, କରୋନାଭାଇରସ୍ ଆକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଶଯ୍ୟା ସଂଖ୍ୟା ବାବଦରେ ମିଛ କହୁଥିବା କେତେକ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ କୌଣସି ସାଲିସ କରାଯିବ ନାହିଁ। ଜାତୀୟ ରାଜଧାନୀରେ ଥିବା ଘରୋଇ ଡାକ୍ତରଖାନା ସବୁ କୋଭିଡ୍-୧୯ ରୋଗୀ ଚିକିତ୍ସା କରିବେ। ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ସେ କହିଛନ୍ତି ଯେ, ଦୟାପୂର୍ବକ ମତେ ଅଳ୍ପ ଦିନ ସମୟ ଦିଅ। ବେଡ୍ କଳାବଜାରୀ ‌ବ୍ୟବସାୟ ବନ୍ଦ କରିଦେବୁ। ବେଡ୍ କଳାବଜାରୀ ରୋକିବାକୁ ତାଙ୍କ ସରକାର ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରିଛି। ଡାକ୍ତରଖାନାମାନଙ୍କରେ ଥିବା ବେଡ୍ ଓ ଭେଣ୍ଟିଲେଟର୍ ସଂଖ୍ୟା ବିଷୟରେ ଆମେ ସ୍ପଷ୍ଟ ସୂଚନା ଦେବାକୁ ଚିନ୍ତା କରିଛୁ। ଏ କଥା୍ରେ ଏମିତି ପାଟିତୁଣ୍ଡ ଚାଲିଲା, ଯେମିତି ଅବା ଆମେ ଅପରାଧ କରିପକାଇଛୁ। ଆପ୍‌ରେ ସୂଚନା ଅପ୍‌ଡେଟ୍ କରି ମଧ୍ୟ କେତେକ ଡାକ୍ତରଖାନା ଶଯ୍ୟା ସଂଖ୍ୟା ଲୁଚାଉଛନ୍ତି ବୋଲି କେଜ୍ରିୱାଲ୍ କହିଛନ୍ତି। ଜାତୀୟ ରାଜଧାନୀରେ ଫାଙ୍କା ଥିବା ‌କୋଭିଡ୍ ବେଡ୍ ବିଷୟରେ ସୂଚନା ପାଇବାକୁ ମଙ୍ଗଳବାର ଦିନ ଏହି ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରାଯାଇଥିଲା। ସକାଳ ୧୦ଟା ଏବଂ ସନ୍ଧ୍ୟା ୬ଟାରେ ଏହି ଆପ୍ ଅପ୍‌ଡେଟ୍ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ