କୋଭିଡ୍‌ -୧୯ ସରକାରୀ ପୋର୍ଟାଲ୍‌ରେ ପଞ୍ଜୀକୃତ ହେଲେ ନବୀନଙ୍କ ଭଉଣୀ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ଏବେ ପଞ୍ଜିକୃତ ହୋଇଛି। ବିଦେଶରୁ ଆସିଥିବାରୁ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକୃତ ହୋଇଛି। ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଭଉଣୀଙ୍କ ନାମ ପଞ୍ଜୀକରଣ ନେଇ ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ। ବିଦେଶରୁ ଆସୁଥିବା ସମସ୍ତଙ୍କୁ ନାମ ପଞ୍ଜୀକରଣ ପାଇଁ ନବୀନ ଅପିଲ୍‌ କରିଛନ୍ତି। ଭାଇରସ ସଂକ୍ରମଣରୁ ରକ୍ଷା କରିବାରେ ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ନବୀନ। ସେହିପରି ଏହି ପୋର୍ଟାଲ୍‌ରେ ଗଜପତି ମହାରାଜା, ଆଇଏସ୍‌ ଭିନିଲ୍‌ କ୍ରିଷ୍ଣା ମଧ୍ୟ ପଞ୍ଜିକରଣ କରି ନିଜକୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ଗତ କାଲି ରାଜ୍ୟସରକାର କରୋନା ଭାଇରସ ପାଇଁ ସ୍ୱତନ୍ତ୍ର ୱେବସାଇଟ ଜାରି କରିବା ପରେ ଗତକାଲି ୧୨୩୯ ଜଣ ୱେବସାଇଟରେ ନିଜ ନାମକରଣ ପଞ୍ଜୀକରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ