କୋରନା ସଂକ୍ରମଣରେ ଓଡ଼ିଶାର ସ୍ଥାନ ୧୯ ତମ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର : ଆଜି କରୋନା ଅପଡେଟ୍‌କୁ ନେଇ କରୋନା-୧୯ର ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ୍‌ ୧୮୮୮ଟି ସାମ୍ପଲ୍‌ ଟେଷ୍ଟ ହୋଇଛି । ସେଥିରୁ ୩୯ଟି ପଜିଟିଭି ବାହାରିଛନ୍ତି । ଭୁବନେଶ୍ବରରେ ସର୍ବାଧିକ ୩୧ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୁବ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ କରୋନା ଟେଷ୍ଟ୍‌ । କରୋନା ଟେଷ୍ଟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି । ଉଭୟରେ କରୋନା ଟେଷ୍ଟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଦୈନିକ ୩୦୦ ସାମ୍ପଲ ପରୀକ୍ଷା କରାଯାଉଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି । ପାଞ୍ଚ ଦିନ ମଧ୍ୟରେ ଦୈନିକ ୧ ହଜାର ସାମ୍ପଲ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି ।
କରୋନା ଆକ୍ରାନ୍ତ ତଥ୍ୟ ଦେଇ ସୁବ୍ରତ୍‌ ବାଗଚୀ କହିଛନ୍ତି ଯେ, ବିଶ୍ବରେ ଏଯାବତ୍‌ ୧୨ ଲକ୍ଷ ୭୬ ହଜାର ୭୩୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ତାଲିକାରେ ୨୮ତମ ସ୍ଥାନରେ ଭାରତ ରହିଛି । ସେହିପରି ବିଭିନ୍ନ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଓଡ଼ିଶା ୧୯ ତମ ସ୍ଥାନରେ ରହିଛି ।
ସେହିପରି ଆଜିଠାରୁ ବଜାରକୁ ସମ୍ପୂର୍ଣ୍ଣ ରୂପେ ଗାଡି ବାରଣ କରାଯିବ । ଲକ୍‌ଡାଉନ୍ ପିରିୟଡ଼ରେ ହୋଲସେଲ ମାର୍କେଟକୁ ଯାଇପାରିବେନି ସାଧାରଣ ଲୋକେ। ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ ଯାଆନ୍ତି, ସେମାନେ ଘର ପାଖ ବଜାରକୁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ନିବେଦନ କରିଛନ୍ତି ସରକାର। କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଆଜି ଏହି ସୂଚନା ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ ଘରୁ ବାହାରିବା ସଂପୂର୍ଣ୍ଣ ମନା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ