କୋରୋନା ପ୍ରଭାବ : ୪୬୫ ପଏଣ୍ଟ ତଳକୁ ଖସିଲା ସେନ୍ସେକ୍ସ
ମୁମ୍ବାଇ : କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ଭୁଷୁଡି ପଡ଼ିଛି। ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । ଗୁରୁବାର ଭାରତୀୟ ସେୟାର ବଜାର ୪୬୫ ପଏଣ୍ଟ ତଳକୁ ଖସିଛି । ଗୁରୁବାର ସେନସେକ୍ସ ୩୯୯୪୭.୮୦ ପଏଣ୍ଟରୁ ଆରମ୍ଭ ହୋଇଥିବା ବେଳେ ୪୬୫ ପଏଣ୍ଟ ତଳକୁ ଖସି ୩୯୪୨୩.୨୭ ପଏଣ୍ଟରେ ପହଞ୍ଚିଛି । ଏହି ସମୟରେ ନିଫ୍ଟୀ ୫୮ ପଏଣ୍ଟ ତଳକୁ ଖସିଛି । ନିଫ୍ଟୀ ୪୮.୫ ପଏଣ୍ଟ ତଳକୁ ଖସି ୧୧୬୨୦.୪୫ ପଏଣ୍ଟରେ ପହଞ୍ଚିଛି । ଏହା ସହିତ କୋରୋନା ଭାଇରସ୍ ପ୍ରଭାବରେ ଅନ୍ୟ ଦେଶର ସେୟାର ବଜାର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି ।