କେୟାର ଆଣ୍ଡ ସେୟାର ଟ୍ରଷ୍ଟ ପାରାଦ୍ୱୀପରେ ଭୋକିଲାଙ୍କ ମୁହଁରେ ଆହାର ଯୋଗାଇଲା

ପାରାଦ୍ୱୀପ (ପୀତବାସ ପ୍ରଧାନ) : କରୋନା ପାଇଁ ଦେଶରେ ଲକ୍‌ଡାଉନ ଜାରି ହେବା ପରେ ପ୍ରଭାବିତ ହୋଇଛନ୍ତି ସମାଜର ବିଭିନ୍ନ ବର୍ଗର ଜନସାଧାରଣ, ଖାଇବାପାଇଁ ମଣିଷ, ଗୋରୁ, ପଶୁପକ୍ଷୀ ସମସ୍ତେ ସମ୍ମୁଖୀନ ହେଉଛନ୍ତି ନାନା ସମସ୍ୟା । ସାଧାରଣ ଦିନମାନଙ୍କରେ ଜନସାଧାରଣ, ଗାଇଗୋରୁ, ପଶୁପକ୍ଷୀ ମାନସିକ ବିକାରଗ୍ରସ୍ତଙ୍କୁ କେହି ନା କେହି ଖାଇବାକୁ ଦେଇଥାନ୍ତି । ହେଲେ ଲକଡାଉନ୍ ଯୋଗୁଁ ସମସ୍ତ ଦେଶ ଯେମିତି ଅଟକି ଯାଇଛି ଏହାର ପ୍ରଭାବରେ । ଲକ୍‌ଡାଉନ୍ ଯୋଗୁଁ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ କେହି ବି ପଦାକୁ ବାହାରୁ ନାହାଁନ୍ତି କରୋନା ଆତଙ୍କରେ । ନିଜ ଜୀବନ ତଥା ପରିବାର ର ସୁରକ୍ଷା ପାଇଁ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । ଏହିଭଳି ଘଡିସନ୍ଧି ସମୟରେ ନିଜ ଜୀବନକୁ ତୁଛ କରି ସମାଜରେ ଅବହେଳିତ ମଣିଷ, ମାନସିକ ବିକାରଗସ୍ତ, ଗାଈଗୋରୁ, ବୁଲା ଜୀବବନ୍ତୁଙ୍କ ମୁହଁରେ ଆହାର ଯୋଗାଇ ଦେଇଛନ୍ତି ପାରାଦ୍ୱୀପ ସହରାଞ୍ଚଳରେ କେହାର ଆଣ୍ଡ ସେୟାର ଟ୍ରଷ୍ଟ । ପାରାଦ୍ୱୀପର ବିଭିନ୍ନ ହେଟେଲ, ବାହାଘର, ବତ୍ରଘର ର ବଳକା ଖାଦ୍ୟକୁ ନେଇ ଅଭାବୀ ମଣିଷ ଙ୍କ ମୁହଁରେ ଦାନା ଦେଉଥିବା ଏହି ଟ୍ରଷ୍ଟ ଉପରେ ଭରଷା କରିଛି ପାରାଦ୍ୱୀପ ପୌର ପାଳିକା, ପୌରପାଳିକାର ସହଯୋଗରେ ଟ୍ରଷ୍ଟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ବେହେରା, ସଂପାଦକ ମନୋଜ କୁମାର ସେଠୀ, ସଭାପତି ପ୍ରଦୀପ ଚୁଳି, ଉପସଭାପତି ବାବୁଲି ଓଝା, ପ୍ରଦୀପ ଜେନା ପ୍ରମୁଖ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଖାଦ୍ୟ ବଣ୍ଟନ କରୁଛନ୍ତି । ସାଧାରଣରେ ଏହି କେୟାର ଆଣ୍ଡ ସେୟାର ଟ୍ରଷ୍ଟର ସଦସ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ