କେ.ଆର୍ଯ୍ୟପଲ୍ଲି ଗ୍ରାମରେ ଯକ୍ଷ୍ମା ସଚେତନତା ରାଲି

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କେ. ଆର୍ଯ୍ୟ ପଲ୍ଲୀ ଗ୍ରାମରେ ମୁନିସିପେଣ୍ଠ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, (ଗଞ୍ଜାମ )ପକ୍ଷରୁ ଯକ୍ଷ୍ମା ସମ୍ପର୍କିତ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ସାହୁଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଓ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁଙ୍କ ସଂଯୋଜନାରେ ଗୁରୁବାର ଦିନ କେ. ଆର୍ଯ୍ୟ ପଲ୍ଲୀ ଗ୍ରାମରେ ପଦଯାତ୍ରା କରି ଜନସାଧାରଣଙ୍କୁ ଯକ୍ଷ୍ମା ବିଷୟରେ ସଚେତନ କରାଇବା ସହ ଆସନ୍ତାକାଲି ତଥା ଶୁକ୍ରବାର ହେବାକୁ ଥିବା ପରୀକ୍ଷଣ ଶିବିରରେ ଯୋଗଦେଇ ଯକ୍ଷ୍ମା ସମେତ ମଧୁମେହ, ଏଚ ଆଇ ଭି ଓ ଉଞ୍ଚ ରକ୍ତଚାପ ପରୀକ୍ଷା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ। ଏହି ପଦଯାତ୍ରାରେ ବି.ଭୀମସେନ ,ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ୱନିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶଦାତା ଡ. ସନ୍ତୋଷ କୁମାର ରାଜୁ, ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ଡି ଦେବହରି ରେଡ଼ି, ସ୍ୱାସ୍ଥ୍ୟ ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ବେହେରା, ମହିଳା ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟ କର୍ମୀ ତାରା ପଣ୍ଡା, ଯକ୍ଷ୍ମା ଚମ୍ପିୟାନ ମୂନା ବେହେରା, ସ୍ଵେଚ୍ଛାସେବୀ ଅମ୍ବିକା, ଆଶାକର୍ମୀ ଗାୟତ୍ରୀ ବିଷୋୟୀ, ଲକ୍ଷ୍ମୀ ସାହୁ, ବି.ଅନ୍ନପୂର୍ଣ୍ଣା,ପାର୍ବତୀ ବେହେରା,ସରୋଜିନୀ ଦାସ, ଜେ ନାଗମା, ଏଲ୍.କାଳୀ, ଅଙ୍ଗନୱାଡ଼ି କର୍ମୀ ଗୁରୁବାରି ବେହେରା, ନମିତା ବେହେରା ଙ୍କ ସମେତ ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ। ଆସନ୍ତା କାଲି ତଥା ଶୁକ୍ରବାର ଦିନ ଶିବିରରେ ଯୋଗଦେବା ନିମନ୍ତେ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ