କେ.ଏ.ଟି.ଏସ୍. ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ ଯାପନ ସମାରୋହ
କୁକୁଡ଼ାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରେ ତା. ୧୪.୧୨.୨୦୨୩ ରିଖ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ ଯାପନ ହୋଇଯାଇଛି I ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ଭାଇସ୍ ଚେୟାର ମେନ୍ ସୁଶ୍ରୀ ରାଜେଶ୍ବରି ଡୋରା ଓ ଜିଲ୍ଲାପରିଷଦ ମେମ୍ବର ଶ୍ରୀମତୀ ଭାରତି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଏଭଳି ଯୋଜନାକୁ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ପ୍ରଫେସର (ଡା.) ଚିନ୍ବୟ ଭବାନୀ ପ୍ରସାଦ ସଭାରେ ଅଧ୍ଯକ୍ଷତା କରିଥିଲେ । କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡା.ଘାସିରାମ ସାହୁ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟକ୍ଷ ପ୍ରଫେସର (ଡା.) ବିପିନ୍ ବିହାରୀ ଖୁଣ୍ଟିଆ ଏବଂ ଅଧୀକ୍ଷକ ଡା ବିମଳ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଡା.ସୌଭାଗ୍ୟ କୁମାର ମହାଲିକ ସାମାଜିକ କାର୍ଯ୍ୟକ୍ରମ,ଡା.ମୁକୁନ୍ଦ ସିଂ କ୍ରୀଡା କାର୍ଯ୍ୟକ୍ରମ ତଥା ଡା. ବିଶ୍ରୀତା ସ୍ବାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥିଲେ । ଛାତ୍ରୀଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁମାତ୍ରାରେ ଭାଗ ନେଇ ଉତ୍ସାହିତ ହୋଇଥିଲେ ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉଦ୍ ଯାପନ ସମାରୋହ ମୁଖ୍ୟ ଆକର୍ଷଣ ରାମ୍ପ ସୋ ସମସ୍ତେ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଡା ସ୍ବପ୍ନା ସ୍ବୟଂପ୍ରଭା ଡା.ପ୍ରଦିପ୍ତ ସିଂ, ଡା. ନିବେଦିତା ମହାପାତ୍ର,ଡା ଶିବ ପ୍ରସାଦ, ଡା. ପ୍ରଭାକର ସାମଲ, ଡା.ସୁବ୍ରତ କୁମାର ଓଝା,ଡା ଅଂଶୁମାନ , ଡା.ରୋହିତ୍, ଡା. ରାଜେଶ୍, ଡା. ସ୍ଥିତପ୍ରଜ୍ଞା, ଡା.ସ୍ମୃତି, ଡା. ସତାବ୍ଦି, ଡା. ଶୁଭଲକ୍ଷ୍ମୀ, ଡ଼ା. ଜିତେନ୍ଦ୍ର, ଡା. ନିରୋଜ, ଡା. ବିଭୁ, ଡ଼ା. ନିଲମ୍ବର, ଡା. ବିନୋଦ, ଡା କମଳା କାନ୍ତ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।