କେ.ଟି.ଏନ୍.ପୁର ବରିଷ୍ଠ ନାଗରିକ ମଞ୍ଚର ଦ୍ବିତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଳକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ଦ୍ବିତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ଗ୍ରାମର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ କୁ ରାଜ୍ୟ କୃଷି ବିପଣନ ନିଗମ ର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଉଦଘାଟନ କରିବାସହ ବରିଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ଦରକାର ବୋଲି କହିଥିଲେ କ୍ଷ ସମାଜକୁ ହିଂସା , ନିଶା ଓ ଯୌତୁକ ମୁକ୍ତ କରିବା ପାଇଁ ବରିଷ୍ଠ ନାଗରିକ ମାନେ ଦିଗଦର୍ଶନ ଦେବା ନିମନ୍ତେ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।ବରିଷ୍ଠ ନାଗରିକମାନଙ୍କ ପାଇଁ ବ୍ଲକ ଅଫିସରେ ଏକ ସ୍ବତନ୍ତ୍ର ଅତିଥି ଭବନ ନିର୍ମାଣ କରିବା ପାଇଁ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷା ଙ୍କୁ ପରାମର୍ଶ ଦେଇଥିଲେ ।ସମାଜରେଭଲ କାମ କରିବା ପାଇଁ କାହାକୁ ଡରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ମୂଖ୍ୟ ଅତିଥି ରୂପେ ଛତ୍ରପୁର ବ୍ଳକ ଅଧ୍ୟକ୍ଷା କିରନ୍ କୁମାରୀ ଦାସ ଯୋଗଦେଇ ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ କାର‌୍ୟ୍ୟକ୍ରମକୁ ପ୍ରଶଂସା କରି ବରିଷ୍ଠ ନାଗରିକ ମଞ୍ଚ ପାଇଁ ଏକ ବୈଠକ ଗୃହ ନିର୍ମାଣ କରିବାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସଂମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଏସ୍.ଶାରଦା ରେଡି, ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଂଜାମ ଜିଲ୍ଲା ଉପ ସଭାପତି ଶଙ୍କର ପ୍ରସାଦ ଦାସ, ଶ୍ରମିକ ନେତା ତଥା ଲଷ୍ମୀପ୍ରୂପଂଚାୟତ ର ପୂର୍ବତନ ସମିତି ସଭ୍ୟ ଏନ.ଦୁର‌୍ୟ୍ୟୋଧନ ରେଡି , ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଚମାଖଣ୍ଡି ସରପଞ୍ଚ ସିଏଚ୍.ମନୋଜ କୁମାର ରେଡି, ଶ୍ରୀରାମପୁର ସରପଞ୍ଚ ଏସ୍ ସଂଜୀବ ରେଡି, ବଉଳ ଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ,ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଯୁବ ନେତା ବାପି ଦାସ,ଜି.ଦିଲେଶ୍ବର ରେଡି, ବି. ଭୀମସେନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ବରିଷ୍ଠ ନାଗରିକ ମଞ୍ଚର ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହ ମଞ୍ଚର ଏଭଳି ସମାଜ ସେବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ମଞ୍ଚର ସଂଯୋଜକ କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସବରେ ସଂପାଦକ ବାଉରୀବନ୍ଧୁ ସାହୁ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।ଉପଦେଷ୍ଟା କୋରା ମହାରଣା ସ୍ବାଗତ ଭାଷଣ ଦେଇ ଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଗ୍ରାମର ବିଭିନ୍ନ ବ୍ୟକ୍ତିତ୍ବ ତଥା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗଣାପଲ୍ଲୀ ପଞ୍ଚାୟତର ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ବିଷୋୟୀ, ନବୀନ ଚନ୍ଦ୍ର ଶତପଥୀ ଓ ବାଞ୍ଛାନିଧି ସ୍ବାଇଁ ଓ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ସଂପାଦକ ଜୟନ୍ତ କିଶୋର ପାତ୍ରଙ୍କୁ ସମାଜ ସେବା ପାଇଁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଇ ଉତ୍ସବକୁ ବୀରକିଶୋର ପ୍ରଧାନ, ଘନଶ୍ୟାମ ସାହୁ, ଲକ୍ଷ୍ମଣ ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ମହାରଣା, ସନ୍ତୋଷ କୁମାର ମହାରଣା ପ୍ରମୁଖ ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ