କେ.ଟି.ଏନ୍ ପୁର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ମନୋଜ କୁମାର ସେଠୀ ଯୋଗଦେଇ ବରିଷ୍ଠ ନାଗରିକ ମାନେ ନିଜ ନିଜର ଶରୀରର ଯତ୍ନ ପାଇଁ ଶାରିରୀକ ପରିଶ୍ରମ, ବ୍ଯାୟାମ ,ଚିନ୍ତାମୁକ୍ତ ରହି ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରି ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ ।ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ସେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଏଇ ଉତ୍ସବରେ ମୁଖ୍ୟବକ୍ତା ଭାବରେ ମଞ୍ଚର ଆଇନ ପରାମର୍ଶ ଦାତା ତଥା ଛତ୍ରପୁର ର ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟ ଵକ୍ତା ଭାବେ ଯୋଗଦେଇ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଦକ୍ଷିଣ ଓଡିଶାର ଗ୍ରାମାଞ୍ଚଳରେ ଏହି ଭଳି ସଂଗଠନ ବିରଳ ବୋଲି ମତ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସକ୍ଳବର ସଭାପତି ପ୍ରଶାନ୍ତ କୁମାର ମହାରଣା ବରିଷ୍ଠ ନାଗରିକ ମଞ୍ଚ ର ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା କରି ଭବିଷ୍ୟତ କାର୍ଯ୍ଯଧାରାରେ ନିଜର ସହଭାଗୀତା ଯାଚନା କରିଥିଲେ ।ଚମାଖଣ୍ଡି ଥାନା ଆଇ ଆଇ ସି ସୁଦିପ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମଞ୍ଚର ସଭ୍ଯ ମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ମ୍ଯୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଗ୍ରାମର ବରିଷ୍ଠ
ନାଗରିକ ମାନଙ୍କ ପାଇଁ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ ସେବା ବ୍ଯବସ୍ଥା ପାଇଁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ତ୍ରିନାଥ ମହାରଣା, ଗଦାଧର ରାଉଳ ଉଦ୍ବୋଧନ ଦେଇଥିଲେ ।ସମାଜ ସେବା ପାଇଁ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ୍ ର ଦୁଇ ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟି ଓ ପ୍ରଦୀପ କୁମାର ପଣ୍ଡା, ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଏବଂ ଶୀତଳା ପଲ୍ଲୀ ର ଅବସରପ୍ରାପ୍ତ ଆର୍ ଆଇ ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଦର୍ଶ କୃଷି ରୂପେ ଘନଶ୍ଯାମ ପ୍ରଧାନ, ଆଦର୍ଶ ଶ୍ରମିକ ରୂପେ ରବି ପ୍ରଧାନ, ଆଦର୍ଶ କାରିଗର ରୂପେ ରଙ୍କନିଧି ପ୍ରଧାନ ଙ୍କୁ ଏବଂ କୃତ୍ତି ଶିକ୍ଷାର୍ଥୀ ରୂପେ ଜଟି ପ୍ରଧାନ ଓ କେ.ଆବନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଥା ଅଞ୍ଚଳର ବରିଷ୍ଠ ନାଗରିକ ମାଧବ ବିଷୋୟୀ, ରାମଚନ୍ଦ୍ର ଗୌଡ ଏବଂ ଦଣ୍ଡପାଣି ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପ୍ରଦାନ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।ମଞ୍ଚର କର୍ମକର୍ତ୍ତା ଘନଶ୍ଯାମ ସାହୁ, ଗୋପାଳ ଚନ୍ଦ୍ର ମହାରଣା, ସୋମନାଥ ବେହେରା,ଈଶ୍ବର ପ୍ରଧାନ,ବିକ୍ରମ ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା,ଘନଶ୍ଯାମ ପ୍ରଧାନ,ନାରାୟଣ ପ୍ରଧାନ, ଅନିଲ କାନ୍ତ ମହାରଣା, ଅନିଲ ସାହୁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ କୁନି କନ୍ୟା ମାନେ ନୃତ୍ୟ ପରିବେଷଣ କରିଥିଲେ ।