କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମପଞ୍ଚାୟତ କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କୋଭିଡ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ସନିତ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ପରିଷଦସଭ୍ୟା ଲକ୍ଷ୍ମୀ ବେହେରା, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ, ବିଶ୍ଵଭାରତୀ ସଭାପତି କୁଞ୍ଜବିହାରୀ ନାୟକ, ସମାଜସେବୀ ସନ୍ତୋଷ କୁମାର ରାଉତ, ଗ୍ରାମ ସଭାପତି ଶ୍ରୀଧର କୁମାର ପ୍ରଧାନ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବଳରାମ ସେଠୀ, ଭାସ୍କର ଗୌଡ଼, ସୀମାଞ୍ଚଳ ପ୍ରଧାନ, କରୁଣାକର ବିଷୋୟୀ, ସୀମାଞ୍ଚଳ ପ୍ରଧାନ ଏବଂ ସନ୍ତୋଷ କୁମାର ଆଚାରୀ ସହଯୋଗ କରିଥିଲେ I ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ବିଷ୍ଣୁ ପରିଡ଼ା, ଲକ୍ଷ୍ମୀ ସାହୁ, ମଞ୍ଜୁଳା ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ପୂଜା ଆଚାରୀ, ବିଳାସିନୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ଏହି ଅବସରରେ ବିଦ୍ୟାଳୟର ୨୦୨ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା I ବିଦ୍ୟାଳୟର ଶିକ୍ଷକ ତଥା ଶାସନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡତ୍ଯା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ