କେ.ସି ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ ବାଳିକା ଦିବସ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଗୋସାଇଁ ନୁଆ ଗାଁ ସ୍ଥିତ କେ.ସି ବାଳିକା ବିଦ୍ୟାଳୟ ପରିସରରେ ନଗରର ଅଗ୍ରଣୀ ସଂସ୍ଥା ସଂପର୍କ ମାସ ମିଡିଆ ଓ ଗୋସାଇଁ ନୂଆ ଗାଁ ଶିକ୍ଷାମଣ୍ଡଳ ସମିତିର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସନତ କୁମାର ପଣ୍ଡା ଅଧକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଂଞ୍ଚାସିନ ଅତିଥି ଅଂଚଳର ପୂର୍ବତନ କର୍ପୋରେଟର ମମତା ବିଷୋୟୀ, ଡକ୍ଟର ନମିତା ରାଣୀ ପଣ୍ଡା,ପାର୍ବତ୍ୀ ପ୍ରଧାନ , ପୂର୍ବତନ କାଉନସିଲର ତଥା ଶିକ୍ଷାମଙ୍ଗଳ କାର୍ଯ୍ୟକାରୀ ଅଧକ୍ଷ ଶ୍ରୀମତି ଅମିତା ସାହୁ, ମଂଚାସୀନ ଥିବା ବେଳେ ସମିତିର କୋଷାଧକ୍ଷ ସନ୍ତୋଷ କୁମାର ସାହୁ, ଶିକ୍ଷକ ରଂଜନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଉତ୍କଳମଣି କ୍ଲଷ୍ଟରେ ଗାରିମା ସିଲଭର ପୁରସ୍କାର ପାଇଥିବା ହରିଜନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଦଳେଇ ଓ ୨ ନମ୍ବର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିଭା କରଙ୍କୁ କ୍ଲଷ୍ଟର ପ୍ରମୁଖ ଶ୍ରୀମତି ସିଂର୍ଭିଶ୍ରୀ ଦାସ ଉଦବୋଧନ ଦେବା ସହ ସମ୍ବର୍ଦ୍ଧିତ କରିଥିଲେ । ଅଧୁନା ସମୟରେ ପରିବେଶ ବଦଳୁଥିବାରୁ ଝିଅ ମାନଙ୍କୁ ସଜାଗ ଓ ସଚେତନତା ରହିବା ଆବଶ୍ୟକ । ମାର୍ଗ ଦର୍ଶନ କରି ନିର୍ଭୟା କଢୀ ଭଳି ଆଉ ଏକ ନିର୍ଭୟା ନହେଉ ବୋଲି ମତ ପ୍ରକାଶ କରିଥିଲେ । ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫର ଯେଉଁ ଯୋଜନା ମାନ କରାଯାଉଛି ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ସହ କିପରି ଲାଭାନ୍ୱିତ ହୋଇପାରିବେ ସେଥପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସାମାଜିକ ସଂଗଠନ ପିସିଆଇ ପକ୍ଷରୁ ଫାଲେରିଆ କାର୍ଯ୍ୟକ୍ରମ ସଂପର୍କରେ ସଚେତନତା କରାଇଥିଲେ କୃଷ୍ଣଚନ୍ଦ୍ର ବେହେରା । ଏଥିସହ ନାରୀ ନେତ୍ରୀ ମାନଙ୍କୁ ସମ୍ମାନୀତ କରିଥିଲେ ।ଶେଷରେ କାର୍ଯ୍ୟକ୍ରମକୁ କେଦାରନାଥ ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମାସ୍ ମିଡିଆ ତରଫରୁ ପ୍ରଭାକର ,ସନ୍ତୋଷ,ଶିବ ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଶେଷରେ ଦଶମ ଶ୍ରେଣୀର ଛାତ୍ରୀ ମାନେ ନିର୍ଭୟା କଢୀ ସହ ମନଛୁଆଁ ସଂଗୀତ ଗାନ କରିଥିଲେ ।


