କେ.ସୀତାପୁର ଗ୍ରାମବାସୀଙ୍କ ଏକମାତ୍ର ଭରଷା, ୧ କିମି ଦୂରରେ ଥିବା ନଳକୂପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଗ୍ରାମର ଗ୍ରାମବାସୀ ଗ୍ରାମ ମଧ୍ୟରେ ନଳକୂପ ଓ ପଞ୍ଚୟତ ତରଫରୁ ଜଳ ଯୋଗାଣ ଥିଲେ ମଧ୍ୟ ୧ କିମି ଦୂରରେ ଥିବା ନଳକୂପ ଉପରେ ନିର୍ଭର କରି ଚଳି ଆସୁଛନ୍ତି. ପାଣି ନେବା ପାଇଁ ୧ କିମି ଦୂରରେ ଚାଷ ଜମି ମଧରେ ରହିଥିବା ନଳକୂପକୁ ଯାଉଥିବା ମହିଳାମାନେ ଆମ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ଗାଁ ନଳ କୂପ ପାଣି ପିଇବା ପାଇଁ ଓ ରାନ୍ଧିବା ନିମନ୍ତେ ଅନୁପଯୁକ୍ତ. ଗାଁର ନଳକୂପରୁ ବାହାରୁ ଥିବା ପିଇବା ପାଇଁ ପାଣି ମୋଟେ ଭଲ ଲାଗୁନି. ସେହି ପାଣିରେ ରାନ୍ଧିଲେ ମଧ୍ୟ ଡାଲି ସିଝୁନି. ଯେଉଁ ପାଣି ଗାଁକୁ ଆସୁଛି ସେହି ପାଣି କେବଳ ବାହାର ବ୍ୟବହାର ପାଇଁ ରଖିଥାଉ. ପିଇବା ପାଣି ପାଇଁ ପ୍ରତେକ ଦିନ ୧ କିମି ରାସ୍ତା ଯାଇ ଚାଷ ଜମି ମଧ୍ୟରେ ରହିଥିବା ନଳକୂପରୁ ପାଣି ନେଉଛୁ. କେ.ସୀତାପୁର ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତିଯେ ସୀତାପୁର ଗ୍ରାମରେ ପାଣି ଯୋଗାଣର କୌଣସି ଅସୁବିଧା ନାହିଁ କିନ୍ତୁ ଲୋକେ ୧ କିମି ଦୂରରେ ରହିଥିବା ନଳକୂପରୁ ହିଁ ପାଣି ଆଣି ବ୍ୟବହାର କରିଥାନ୍ତି. କେ. ସୀତାପୁର ଗ୍ରାମବାସୀ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ଗ୍ରାମ ମଧ୍ୟରେ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ