କୋଇଡା ପ୍ରେସ କ୍ଳବ୍ ୧୦ ଦିବସୀୟ ଦ୍ବିଵାର୍ଷିକୋତ୍ସବ ମହାସମାରୋହରେ ଉଦଯାପିତ
କୋଇଡା, (ଅକ୍ଷୟ ବିଶ୍ବାଳ):କୋଇଡା ମାଟିର ସ୍ବର କୋଇଡା ପ୍ରେସ କ୍ଳବ୍ ୧୦ ଦିବସୀୟ ଦ୍ବିବାର୍ଷିକ ଉତ୍ସବ ଏବଂ ସ୍ବଦେଶୀ ମେଳା ଆୟୋଜନ ଗତ ଜାନୁଆରୀ ୧୭ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ୧୭ ତାରିଖ ସକାଳେ ” ରନ୍ ଫର୍ କୋଇଡା “ମାରାଥନ୍ କାର୍ଯ୍ୟକ୍ରମ ସ୍ଥାନୀୟ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ପ୍ରାକ୍ତନ କଂଗ୍ରେସ ବିଧାୟକ ଜନାର୍ଦ୍ଦନ ଦେହୂରୀ,ପ୍ରାକ୍ତନ ବିଜେଡି ବିଧାୟକ ଭୀମସେନ ଚୌଧୁରୀ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକ,ସରପଞ୍ଚ ହୃଷିକେଶ ଦେହୂରୀ ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ସଂଧ୍ୟାରେ ରାଜ୍ୟ ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ । ୧୦ ଦିନ ବ୍ୟାପି ସ୍ଥାନୀୟ ଅଂଚଳର ଗୋପାଳ ସମାଜ, ଭୂୟାଁ ସମାଜ, ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ,ଅଧ୍ୟାପକ,ସାହିତ଼୍ବିକ,ପିଡି,ବିଡ଼ିଓ ରଶ୍ମି ରେଖା ପାତ୍ର, ଅତିରିକ୍ତ ତହସିଲଦାର ଆଶିସ ରାଉତ,ଆଇଆଇସି ମନୋରଞ୍ଜନ କୁମ୍ଭାର, ସମାଜସେବୀ ପ୍ରଭାତ ପଣ୍ଡା, ଅଧିବକ୍ତା , ଶିକ୍ଷାବିତ୍,ମାନ୍ୟଗଣ୍ୟ ବ୍ୟକ୍ତି,ବିଇଓ ପ୍ରମୁଖ ଯୋଗଦେଇ ମଂଚକୁ ରୁଦ୍ଧିମନ୍ତ କରିଥିଲେ ।କୋଇଡା କ୍ଳବ୍ ସମସ୍ତଙ୍କ ମଧ୍ୟରେ ଏକ ଭାଇଚାରା, ବନ୍ଧୁତ୍ୱ ସଂପର୍କକୁ ଯୋଡିବାରେ ସହଯୋଗ କରୁଥିବାରୁ ଆୟୋଜକ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରତ୍ୟେକ ଦିନ ଅଂଚଳର ଶିକ୍ଷାନୁଷ୍ଠାନ, ବିଭିନ୍ନ ସାଂସ୍କୃତିକ ସଂଗଠନ,ଆଇଟିଆଇ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନିଜର କଳା ନୈପୁଣ୍ୟ ଦେଖାଇବା ସହ ଦର୍ଶକମାନଙ୍କୁ ମୁଗ୍ଧ କରାଇଥିଲେ ।ଅତିଥିଗଣ କହିଥିଲେ ସ୍ଥାନୀୟ ଯୁବ ଛାତ୍ର ମାନଙ୍କ ଠାରେ ଥିବା ଲୁପ୍ତ କଳା ପ୍ରତିଭା ଏହି ମଂଚ ରେ ପରିବେଷଣ ଦ୍ଵାରା ପ୍ରତିଭାର ପ୍ରକାଶ ପାଇବାର ପ୍ରମୁଖ ଭୂମିକା ଗ୍ରହଣ କରିବ ।ଏହା ଏକ କୋଇଡା ପ୍ରେସ କ୍ଳବ୍ ନିଆରା ପ୍ରୟାସ । ଅନ୍ତିମ ଦିନରେ ସମାଜସେବୀ କୁଶ ଆପଟ୍ଟ , ସମାଜସେବୀ ଦେବ ନାରାୟଣ ସାହୁ ,ଆଇଆଇସି ମନୋରଞ୍ଜନ କୁମ୍ଭାର,ସ୍ବଦେଶୀ ମେଳା ସଂଯୋଜକ ମନୋଜ ନାୟକ ପ୍ରମୁଖ ଯୋଗ ଦେଇ ମଂଚରେ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିବା କଳାକାର ଏବଂ ସଂଗଠନକୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଭାପତି ସଂଗ୍ରାମ କିଶୋରୀ ନାୟକ, ସଂପାଦକ ବିଜୟାନନ୍ଦ ଜେନା,ସମ୍ବିତ ଯେନା, ବିଜୁ ଦାସ,ସୁରେଶ ଦାସ, ସମେତ ଅନ୍ୟ ସଦସ୍ୟମାନେ ୧୦ ଦିନ ଧରି ଅକ୍ଳାନ୍ତ ପରିଶ୍ରମ କରି ସଫଳ କରିବାରେ ସହଯୋଗ କରିଥିଲେ । ସଭାପତି ସଂଗ୍ରାମ ନାୟକ ଏବଂ ସଂପାଦକ ବିଜୟାନନ୍ଦ ଜେନା କୋଇଡା ଅଂଚଳର ସମସ୍ତ ନେତୃବୃନ୍ଦ, ପ୍ରଶାସନ, ପୋଲିସ,ଉଦ୍ୟୋଗପତି, ଶିକ୍ଷାବିତ,କଳାକାର, ଶିକ୍ଷାନୁଷ୍ଠାନ, ଅଧିବକ୍ତା,ସାହିତ୍ବିକ,ଯୁବ, ଛାତ୍ର, ମହିଳା,ବ୍ୟବସାୟୀ ଉପସ୍ଥିତ ରହି ଭଲ ପାଇବା ସହ ଅକୁଣ୍ଠ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।