କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ରାଶି ୩୦୦% ବୃଦ୍ଧି
ତାଳଚେର-କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପାମୂଳକ ରାଶିରେ ୩୦୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅର୍ଥରାଶି ୫ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଓଡ଼ିଶା ଗସ୍ତରେ ଆସି ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ କୋଇଲା ଖଣି ଶ୍ରମିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଏହି କଲ୍ୟାଣକାରୀ ଉପାୟ ଦ୍ୱାରା ଦେଶର ୮ଟି ରାଜ୍ୟରେ କୋଲ ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀରେ କାମ କରୁଥିବା ୩.୫ ଲକ୍ଷରୁ ଊଦ୍ଧ୍ୱର୍ ଖଣି ଶ୍ରମିକଙ୍କ ପରିବାର ଲାଭାନ୍ୱିତ ହେବେ । କୋଇଲା ଏବଂ ଖଣି ମନ୍ତ୍ରୀ ମହାନଦୀ କୋଲ ଫିଲ୍ଡସ ଲିମିଟେଡରେ ତାଳଚେର କୋଲଫିଲ୍ଡସର ଖନନ କାର୍ଯ୍ୟକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ । ତାଳଚେର କୋଲ ଫିଲ୍ଡସ ହେଉଛି ରାଜ୍ୟରେ ଚାଲିଥିବା କୋଲ ଇଣ୍ଡିଆ ଲିମିଟେଡର ଦ୍ୱିତୀୟ ସର୍ବବୃହତ ସହାୟକ କମ୍ପାନୀ । ଏହା କୋଲ ଇଣ୍ଡିଆର ମୋଟ କୋଇଲା ଉତ୍ପାଦନରେ ୨୫ ପ୍ରତିଶତ ଯୋଗଦାନ ଦେଇଥାଏ ।