କୋଇଲା ଗାଡି ଜବତ ;୨ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ କୋଇଲା ବୋଝେଇ ଟ୍ରକ ଜବତ ହୋଇଥିବା ଜଣାପଡିଛି । ଓଡି୨୨ଏଚ୬୫୧୪ ଟ୍ରକଟି ଆଖୁଆପଦା ପଟୁ କୋଇଲା ବୋଝେଇ କରି ଭଣ୍ଡାରିପୋଖରୀ ଅଭିମୁଖେ ଆସୁଥିବା ଥାନାଅଧିକାରୀ ସୂଚନା ପାଇଥିଲେ । ପରେ ପୁଲିସ ପକ୍ଷରୁ ଛତାବର ଛକ ଠାରେ ଉକ୍ତ ଗାଡିଟିକୁ ଅଟକାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଟ୍ରକଟିରେ ବେଆଇନ କୋଇଲା ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଗାଡିଟିକୁ ପୁଲିସ ଥାନାକୁ ଆଣିଥିବାବେଳେ ଏହାର ଚାଳକ ଅଭିମନ୍ୟୁ ମଲ୍ଲିକ ଓ ଅନ୍ୟଜଣେ ବ୍ରିଜେଶ କୁମାର ମହାନ୍ତିଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏନେଇ ପୁଲିସ ପକ୍ଷରୁ ୩୨/୨୧ରେ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ