କୋଇଲା ପିକପ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗତକାଲି ଵିଳମ୍ଵିତ ରାତିରେ ଏକ କୋଇଲା ବୋଝେଇ ପିକପ ଜବତ କରାଯାଇଛି।ସୂଚନା ଅନୁଯାୟୀ ଓଡି ୦୨ ସିଜେ ୦୮୯୭ ପିକପ ଗାଡିଟି କୋଇଲା ବୋଝେଇ କରି ଵୈତରଣୀ ନଦୀ ଵନ୍ଧରେ ନେରଡା ଅଭିମୁଖେ ଯାଉଥିଲା।ପୋଲିସ ଭ୍ୟାନ ଗାଡିଟିକୁ ପିଛା କରି ଏହାକୁ ଅଟକ ରଖିଥିବା ବେଳେ ଏଥିରେ ବେଆଇନ କୋଇଲା ପରିବହନ ହେଉଥିବା ଜଣାପଡିଥିଲା।ପରେ ଗାଡିଟିକୁ ପୋଲିସ୍ ଜବତ କରିଥିବା ସୂଚନା ଦିଆଯାଇଛି।