“କୋଇଲା ର ଉତ୍ପତ୍ତି” ଶୀର୍ଷକ ପାଠଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଭୂତ୍ତତ୍ଵ ବିଭାଗ ପକ୍ଷରୁ “କୋଇଲା ର ଉତ୍ପତ୍ତି” ସମ୍ପର୍କିତ ପାଠଚକ୍ର ଆୟୋଜିତ ହୋଇଯାଇଛି। ଭୂତତ୍ତ୍ୱ ବିଭାଗ ମୁଖ୍ୟ ଅଧ୍ୟାପକ ଅନିଳ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଆର୍.ଆଲୋକ ଦୋରା ବିଷୟ ବସ୍ତୁ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ। ଭୂତତ୍ତ୍ବ ବିଭାଗର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ବୃନ୍ଦ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ବିଭାଗୀୟ ଅଧ୍ୟାପକ ରବି କିରଣ ପାତ୍ର,ଦିଲ୍ଲୀପ କୁମାର ନାୟକ,ବିବେକାନନ୍ଦ ଦୋରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।