କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି କୋକସରା ବ୍ଲକ ସ୍ଥିତ ପଂଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ, ଧର୍ମଗଡ ଶ୍ରୀ ବେଦ ଭୂଷଣ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୬୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ