କୋକିଢିଅ-ତେଲସରା ରାସ୍ତାର ପାଶ୍ୱର୍ରେ ସିମେଂଟ ୱାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) :ପୂର୍ତ ବିଭାଗର ନାଉଗାଁ ବ୍ଲକ ବାଂଶ ଗ୍ରାମ ଅଧିନ କୋକିଢିଅ-ତେଲସରା ରାସ୍ତାସ୍ଥିତ ଗୋବରୀ ନଦୀପଠାରେ ନିର୍ମାଣ ସିଂମେଟ ୱାର୍ଲ କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ôଥାନୀୟ ଗ୍ରାମବାସୀ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବାଂଶ ଗ୍ରାମର ଶରତ ପରିଡାଙ୍କ କଳ ଘର ସମ୍ମୁଖରେ ଗୋବରୀ ନଦୀ ପ୍ରବାହିତ ହୋଇଛି । ଏହି ନଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ରାସ୍ତା ପାଶ୍ୱର୍ରୁ ମାଟି ଧସି ରାସ୍ତାରେ ନଷ୍ଠ ହେଉଛି । ଏହାକୁ ଦୃଷ୍ଟିରେ ରଖି ପୂର୍ତ ବିଭାଗ ପକ୍ଷରୁ ରାସ୍ତାକୁ ସୁରକ୍ଷା ଦେବା ପାଇଁ ସିମେଂଟ ୱାର୍ଲ ନିର୍ମାଣ କରାଯାଇଛି । ହେଲେ ଦାୟିତ୍ୱରେ ଥିବା ଠିକାଦାର ଉକ୍ତ କାର୍ଯ୍ୟକୁ ଏଷ୍ଟିମେଟ ଅନୁସାରେ ନ କରି ମନଇଛା ଭାଗ ମାପରେ କାର୍ଯ୍ୟ ଶେଷ କରାଯାଇଛି । ଯାହା ଅତି ନିମ୍ନମାନର ହୋଇଛି । ନଦୀରେ ବନ୍ୟା ପାଣି ଆସିଲେ ଉକ୍ତ ୱାର୍ଲଟି ଓଲଟି ପଡିବାର ସମ୍ଭାବନା ରହିଛି । ଉକ୍ତ କାର୍ଯ୍ୟକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଶରତ ଚନ୍ଦ୍ର ପରିଡା,ନେତ୍ରାନନ୍ଦ ପରିଡା ଆଦି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ ଜିଲ୍ଲାପାଳ,ଜଗତସିଂହପୁର ଓ ୫ ଟି ସଚିବ ଭୁବନେଶ୍ୱରଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି । ଏ ସଂର୍ପକରେ ଜଗତସିଂହପୁର ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ