କୋଟଗଡ଼ରେ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ସଙ୍ଘର ବନ୍ଧୁମିଳନ ସହ ଏକ ଶୋଭାଯାତ୍ରା ଓ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି | ପ୍ରଥମେ କୋଟଗଡ ଶ୍ରୀଜଗନ୍ନାଥ ମନ୍ଦିରରୁ ଜିଲ୍ଲାର ବାର ଗୋଟି ବ୍ଲକ ରେ ଥିବା ସଂଘ ର କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଏକ ବିରାଟ ଶୋଭାଯାତ୍ରା ବାହାରି ସମଗ୍ର କୋଟଗଡ଼ ବଜାରରେ ଜୟ ଜଗନ୍ନାଥ ନାରା ଦେଇ ପରିକ୍ରମା କରିବା ପରେ ବିଜୁ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ବୈଠକ ଜିଲ୍ଲା ସଂଘ ସଭାପତି ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା l ପ୍ରଥମେ ଉପସ୍ଥିତ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏଥିରେ ଡ୍ରାଇଭର ମାନେ ଡ୍ରେସ କୋଡ ରେ ଥାଇ ନିଶା ସେବନ ନ କରିବା, ଅନ୍ୟକୁ ସୁବିଧା ଅସୁବିଧା ରେ ସହଯୋଗ କରିବା, ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସହଯୋଗ କରିବା ପରି ଏକାଧିକ ସଚେତନତା କରାଯାଇ ଥିଲା l ଲୋକଙ୍କୁ ଅହରହ ସେବା ଯୋଗାଉଥିବା ଡ୍ରାଇଭର ମାନଙ୍କ ହକ ପାଇଁ ସଂଘ ତରଫରୁ ରାଜ୍ୟ ସରକାର ଙ୍କ ନିକଟରେ ଦାବୀକୁ ତୀବ୍ରତର କରିବ ବୋଲି ଏହି ସଭାରେ ଶ୍ରୀ ବେହେରା ପ୍ରକାଶ କରିଥିଲେ | ପରେ ପରେ ଏଥିରେ ସର୍ବସମ୍ମତି କ୍ରମେ କୋଟଗଡ଼ ଡ୍ରାଇଭର ସଙ୍ଘର ସଭାପତି ଭାବେ ସନ୍ତୋଷ କୁମାର ବେହେରା ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ଭାବେ ଅଶୋକ କୁମାର ଦାଶ, ସହ ସମ୍ପାଦକ ଭାବେ ରମାକାନ୍ତ ଦଳପତି, ଓ କୋଷାଧକ୍ଷ ଭାବେ ରାଜୁ ପ୍ରଧାନ ନିର୍ବାଚିତ ହୋଇଥିଲେ l କନ୍ଧମାଳ ଜିଲ୍ଲାର ବାରଟା ବ୍ଲକରୁ ଆସିଥିବା ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଉତ୍ତରୀୟ ଦେଇ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା | ଶେଷରେ ସମସ୍ତ ଡ୍ରାଇଭର ମିଶି ସଂଘ ର ନୀତିନିୟମ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ