କୋଟଗଡ଼ ଥାନା ଜାମଝୋରରେ ଲାଗିଲା ମାଓ ପୋଷ୍ଟର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତାକଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର | ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତି ର ହୋର୍ଡିଙ୍ଗ ଉପରେ ୩ଟି କାଗଜ ପୋଷ୍ଟର ମାରି ବିଜେପି ସରକାର, ସଙ୍ଘ ଓ ପୁଲିସ ର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତ ର ସହ ବଂଚିବାକୁ ପୋଷ୍ଟର ରେ ଉଲ୍ଲେଖ ଅଛି | ଏହା ବ୍ୟତୀତ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି ଏବଂ ମେଟଲାର ମୃତ୍ୟୁ ପାଇଁ ପୁଲିସ କୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହଁ ବୋଲି ମଧ୍ୟ ପୋଷ୍ଟର ଉଲ୍ଲେଖ ଅଛି | ସୂତ୍ର ଖବର ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରିରୁ ଏହା ମାଓ ପୋଷ୍ଟର ବା. ଘୁ. ନା. ସିପିଆଇ ମାଓବାଦୀ ଜାରି କରାଯାଇଥିଲେ ବି ପୁଲିସ, ସୁରକ୍ଷାବଳ ପୋଷ୍ଟର ନ କାଢିଥିବାରୁ ପୋଷ୍ଟକୁ ନେଇ ଭୟଭୀତ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ |