କୋଟଗଡ଼ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଗୃହ ଉଦ୍‍ଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  କୋଟଗଡ଼ ବ୍ଲକ ଏକ ଆଦିବାସୀ ବହୁଳ ସୀମାନ୍ତବର୍ତୀ ଅଞ୍ଚଳ । ବ୍ଲକର ୧୫ ଟି ପଞ୍ଚାୟତବାସୀଙ୍କ ପାଇଁ କୋଟଗଡ଼ରେ ଭାରତୀୟ ଷ୍ଟେଟବ୍ୟାଙ୍କର ଶାଖାଟିଏ ରହିଥିଲେ ମଧ୍ୟ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବହୁଥର ଗ୍ରାହକମାନେ ସୁବିଧା ପାଇବା ଲାଗି ଦାବି କରିଆସୁଥିବା ବେଳେ ଗ୍ରାହକମାନଙ୍କ ବହୁ ଦିନର ଦାବି ଅନୁସାରେ କୋଟଗଡ଼ ଠାରେ ବର୍ତ୍ତମାନ  ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଏକ ନୂତନ କୋଠା ଉଦ୍‍ଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଏବଂ ବାଲିଗୁଡା  ଉପଜିଲ୍ଲାପାଳ ଡ଼ା.ଶୁଭଙ୍କର ମହାପାତ୍ର ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ନୂତନ କୋଠାର ଶୁଭ ଉଦ୍‍ଘାଟନ କରିଥିଲେ । ନୂତନ କୋଠାରେ ପୂର୍ବାପେକ୍ଷା ଏକାଧିକ ସୁବିଧା ଜନସାଧାରଣ ପାଇପାରିବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ଅଞ୍ଚଳବାସୀମାନେ ଏଥିନେଇ ଖୁସି ପ୍ରକଟ କରିଥିବା ବେଳେ ବ୍ୟାଙ୍କରେ ଆଉ ଯାହା ସବୁ ସମସ୍ୟା ରହିଛି ସେସବୁର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିବେଦନ କରିଛନ୍ତି । ଏହି ଉଦଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୋଟଗଡ଼ ତହସିଲଦାର ଲକ୍ଷ୍ମୀଧର ସାହୁ, ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ଏଲ୍‍ଡ଼ିଏମ୍‍ କଳ୍ପତରୁ ସ୍ୱାଇଁ, କୋଟଗଡ଼ ଶାଖା ପରିଚାଳକ ପଦ୍ମ ଲୋଚନ ଷଡ଼ଙ୍ଗୀ ଓ ରିଜୋନାଲ୍‍ ମ୍ୟାନେଜର ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ