କୋଟିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନର
କୋରାପୁଟ (ହେମନ୍ତ ପାଣଗ୍ରାହୀ) ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ କୋଟିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ(ଏଲଏଲଆଇଏନ)ମଶାରୀ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି।ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଶାରୀ ବଣ୍ଟନର ଶୁଭାରମ୍ଭ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ବାରା ହିତାଧିକାରୀଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା। କୋଟିଆ ଗ୍ରାମର ୩୧୫ ଜଣ ହିତାଧିକରୀଙ୍କୁ ମଶାରୀ ବଣ୍ଟନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ କୋଟିଆ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିରେଶ ମହାପାତ୍ର, ସୁପରଭାଇଜର ସୁବ୍ରତ ଶର୍ମା, ସିଏଚଓ ପ୍ରମିଳା ଜାନୀ, ସୁନୀତା ତାଡିଙ୍ଗୀ ଏବଂ ଆଶା କାର୍ମମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗାମୀ ୫ଦିନ ମଧ୍ଯରେ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମର ହିତାଧୀକାରୀଙ୍କୁ ମଶାରୀ ବଣ୍ଟନ କରାଯିବ ବୋଲି ଜଣାପଡିଛି।