କୋଟିଏ ଟଙ୍କାର ଗଞ୍ଜେଇ ଜବତ ବ୍ୟବସାୟୀ ଚମ୍ପଟ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସପି ଜୟରାମ ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଓ ତାଙ୍କ ଟିମ୍ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଝରଣପୁର ଛକ ନିକଟରେ ଏକ ୪୦୭ ଗାଡ଼ି ନଂ ଓଡ଼ି୦୭ପି୩୪୫୧କୁ ଅଟକାଇ ଥିଲେ । ପୋଲିସକୁ ଦେଖି ଚାଳକ ଚମ୍ପଟ ମାରିଥିଲା । ଗାଡ଼ିଟିକୁ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ କିଛି ଆଖାରେ ଗଞ୍ଜେଇ ପାଇଥିଲା ପୋଲିସ୍ । ଉକ୍ତ ଗଞ୍ଜେଇକୁ ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୧୦ କୁଇଣ୍ଟାଲ ହୋଇଥିଲା । ଯାହାର ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଗଞ୍ଜେଇ ସବୁ ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ ହେଉଥିଲା ।