କୋଟିବରାଡି ଠାରେ ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ଥାନା ଅଧିନ କୋଟିବରାଡି ନିକଟରେ ରବିବାର ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣ ଆହତ ହୋଇଛନ୍ତି।ଆହତ ଦ୍ବୟ ବେଲଗୁଣ୍ଠା ଥାନା ଅଧିନ ଢିମିରିପଲ୍ଲୀ ଗ୍ରାମର ଗୁଡୁଲ ନାୟକ ଓ କମଲେଶ ସିଂହ।ରବିବାର ଅପରାହ୍ନରେ ଉଭୟେ ନିଜ ବାଇକ୍ ଯୋଗେ ତାଙ୍କ ସଂପର୍କୀୟଙ୍କ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ କୋଟିବରାଡି ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟେ ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ଦ୍ବୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ