କୋଟି କୋଟି ଟଙ୍କାର ଦେବୋତ୍ତର ଜମି ମାଫିଆଙ୍କ କବ୍ଜାରେ
ଉଚ୍ଚ ନାୟାଳୟର ନିର୍ଦେଶକୁ ଫୁ କଲେ କରଞ୍ଜିଆ ତହସିଲଦାର
ଜବରଦଖଲ ଜମିରେ ଷ୍ଟ୍ରିଟ ଲାଇଟ କାହା ସ୍ୱାର୍ଥରେ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ସରକାରଙ୍କ ଦେବୋତ୍ତର ଜମି ଏବେ ଜମି ମାଫିଆଙ୍କ କବ୍ଜାରେ ରହିଛି ।ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ତହସିଲ ଅଞ୍ଚଳରୁ,କରଞ୍ଜିଆ ତହସିଲର କରଞ୍ଜିଆ ମୌଜା ରେ ଥିବା ଖାତା ନମ୍ବର ୪୭୩/୧୧୫୬ ର ପ୍ଲଟନମ୍ୱର ୧୨୫୯ ଯାହାକି ଶ୍ରୀ ଶ୍ରୀ ବିଜେ ଶ୍ୟାମରାୟ ମହାପ୍ରଭୁଙ୍କ ନାମରେ ରହିଅଛି, ହେଲେ ଉକ୍ତ ଜମିକୁ କୃଷ୍ଣ ଗୋପାଲ ଦାସ ନାମକ ଜମି ମାଫିଆ ବର୍ତ୍ତମାନ କବ୍ଜା କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଥାଉକି କରଞ୍ଜିଆ ତହସିଲର ଖାତା ନମ୍ବର ୪୭୩/୧୧୫୬ ର ପ୍ଲଟ ନମ୍ୱର ୧୨୫୯ ଜମିଟି ଶ୍ରୀ ଶ୍ରୀ ସାମୁରାୟ ମହାପ୍ରଭୁଙ୍କ ନାମରେ ଥିବା ବେଳେ କିଛି ଦିନ ପୂର୍ବରୁ ଜୈନେକ ଜମି ମାଫିଆ ଏହି ଜମିକୁ କବ୍ଜା କରି ସେଠାରେ ବେଆଇନ ନିର୍ମାଣ କାର୍ଯ୍ୟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି, ହେଲେ ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ଶ୍ରୀ ଶ୍ୟାମରାୟ ମହାପ୍ରଭୁଙ୍କ ପୂଜାରୀ ପ୍ରଦ୍ୟୁମ୍ନ କେଶରି ଦାସ ଜବର ଦଖଲ କୁ ନେଇ ଗତ ୨୭/୦୩/୨୪ ରିଖ ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ, ଏହା ପରେ ମାର୍ଫତଦାରଙ୍କ ନାତି ଭାଗବତ ଚନ୍ଦ୍ର ଦାସ ୧୫/୦୭/୨୦୧୯ ରେ କରିଥିବା କେସ ଅନୁସାରେ ମାନ୍ୟବର ଉଚ୍ଚ ନାୟାଲୟ ଉକ୍ତ ଜମିର ସ୍ଥିତା ଅବସ୍ଥା ବଜାଇ ରଖିବା ପାଇଁ ଉପଜିଲ୍ଲାପାଳ କରଞ୍ଜିଆ ଏବଂ ତହସିଲଦାର କରଞ୍ଜିଆ କୁ ନିର୍ଦ୍ଦେଶ ଦେଇଥିଲେ ବି ବର୍ତ୍ତମାନ ଉକ୍ତ ଜାଗାକୁ ଜୈନେକ ଜମି ମାଫିଆ କବ୍ଜା କରି ରଖିଥିବା ନେଇ ଜଣା ପଡିବା ପରେ ଉପଜିଲ୍ଲାପାଳ କରଞ୍ଜିଆ ପ୍ରେମାଂଶୁ ଚାନ୍ଦ ଗତ ୧୩/୦୯/ ୨୪ରେ ଏକ ଚିଠି ମୂଳେ ଯାହାର ନମ୍ବର ୪୭୯୬ ତା.୩୧/୦୭/୨୪ ରେ ଏକ ଚିଠି ଯାହାର ନମ୍ବର ୬୦୪୦,ତା ୧୩/୦୯/୨୪ରେ କରଞ୍ଜିଆ ତହସିଲଦାରଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେକି ଉକ୍ତ ଜମିର ଜବରଦଖଲ କାରୀଙ୍କ କବ୍ଜାରୁ ଜମିକୁ ମୁକ୍ତ କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ଵେ କରଞ୍ଜିଆ ତହସିଲଦାର ଏହାକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେହିପରି ଏହି ଜମି ବର୍ତ୍ତମାନ ଉଚ୍ଚ ନାୟାଲୟ ପାଖରେ ବିଚାରଧୀନ ଥିବା ବେଳେ ଏହାର ସ୍ଥିତାଅବସ୍ଥା ବଜାଇ ରଖିବା ପାଇଁ ଉଚ୍ଚ ନାୟାଲୟ ଏକ ନିର୍ଦେଶନାମା ଜାରୀ କରିଥିଲେ,ତେବେ ଏହାକୁ ସ୍ଥାନୀୟ ପ୍ରଶାସନ ଭୃକ୍ଷେପ ନ କରିବା କୋଉଠି ନା କୋଉଠି ଜମି ମାଫିଆଙ୍କ ଇଙ୍ଗିତରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ କରୁଥିବା ଦାଣ୍ଡରେ ପୋଡି ହାଟରେ ଗୋଡିଲାଣି। ଆମ ପ୍ରତିନିଧି କରଞ୍ଜିଆ ତହସିଲଦାର ବିଦ୍ୟାଧର ପତିଙ୍କୁ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶ୍ନ ପଚାରିବାରୁ ସେ କହିଲେ ମୁଁ ଉଚ୍ଛେଦ କରିବି ନାହିଁ ଉପ ଜିଲ୍ଲାପାଳଙ୍କ ଜମି ସେ କରିବେ। ଏହିପରି କରଞ୍ଜିଆ ଏନ ଏ ସି କର୍ତୁପକ୍ଷ ହାଇକୋର୍ଟଙ୍କ ବିନା ଅନୁମତିରେ ସେହି ଜବର ଦଖଲ କରିଥିବା ଯାଗାରେ ସ୍ତ୍ରୀଟ ଲାଇଟ୍ ଲଗାଇବା କେତେଦୂର ଯଥାର୍ଥ ତାହା ବୁଝପଡୁନାହିଁ। ଯେଉଁ ଜାଗାରେ ଜନବସତି ଅଛି ସେଠାରେ ଲାଇଟ୍ ଲାଗୁ ନାହିଁ କିନ୍ତୁ ଏଠାରେ କାହା ସ୍ୱାର୍ଥରେ ଲାଇଟ୍ ଲାଗିଲା ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି ? ଯଦି ଏହାର ପ୍ରତିକ୍ରିୟା ବର୍ତ୍ତମାନ କରାନଯାଏ ତେବେ ଆଗାମୀ ଦିନରେ କରଞ୍ଜିଆ ଉପଖଣ୍ଡ ରେ ଥିବା ବିଭିନ୍ନ ଦେବୋତ୍ତର ଜାଗା ହେଉ କିମ୍ବା ସରକାରୀ ଜାଗା କୁ ଏପରି ଜମି ମାଫିଆ ମାନେ ନିର୍ଦ୍ୱନ୍ଦ୍ୱରେ ଅକ୍ତିଆର ନ କରିବେ କିଏ କହିବ, ତେଣୁ ଉକ୍ତ ଜାଗାକୁ ତୁରନ୍ତ ଶ୍ରୀ ଶ୍ରୀ ସାମୁରାୟ ମହାପ୍ରଭୁଙ୍କ ଖାତାକୁ ଫେରାଇ ଆଣିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଜବର ଦଖଲ କାରୀଙ୍କ କବ୍ଜାରୁ ହଟାଇବା ପାଇଁ ସାଧାରଣ ରେ ଦାବୀ ହୋଇଛି ।