କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଖାମଖିଆଲି ନିତି ଯୋଗୁ ଯୋଜନାର ଉପକାର ପାଇ ପାରୁନାହାନ୍ତି ଲୋକେ। ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ହୋଇଛି। ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହ ଖଞ୍ଜା ଯାଇଛି ଘରର ସମୁଖ ମାନଙ୍କରେ ଟ୍ୟାପ୍ । ତଥାପି ଲୋକଙ୍କୁ ମିଳୁନି ପାଣି, ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ବନ୍ଧ ପାଣି ପିଉଛନ୍ତି ଲୋକେ। ଏହି ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ କେରେଡାଙ୍ଗ ପଞ୍ଚାୟତର ବାଇଲପଦର ଗ୍ରାମବାସୀ ପିଇବା ପାଣି ପାଇଁ ଡହଳ ବିକଳ ହୋଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗ୍ରୀଷ୍ମ ଋତୁ ଆରମ୍ଭରୁ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭରୁ ଦୂଷିତ ବନ୍ଧ ପାଣି ପିଇ ଶୋଷ ମେଣ୍ଟାଉଛୁ.। ଆମ ଗ୍ରାମରେ ପ୍ରାୟ ୬୦ ପରିବାର ଥିବାବେଳେ ୩୦୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏଠାରେ ୩ଟି ନଳକୂପ ଅଛି କିନ୍ତୁ କେଉଁଟି କଳଙ୍କି ପାଣି ବାହାରୁଛି ତ କେଉଁଟି ଅଚଳ ଅବସ୍ଥାରେ ଅଛି। ପାହାଡରୁ ଝରଣା ପାଣିକୁ ପାଇପ ସଂଯୋଗ କରି ଗ୍ରାମକୁ ଅଣାଯାଇ ପାଣି ବ୍ୟବହାର କରାଯାଉଥିଲା। ଗ୍ରାମରେ ପ୍ରତ୍ୟକ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ବରୁ ହିଁ ଝରଣା ସୁଖିଯାଇ ଲାଗି ରହୁଛି ପାନୀୟ ଜଳ ସମସ୍ୟା। ଏହି ଗ୍ରାମରେ ସରକାରଙ୍କ ଦ୍ଵାରା ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇବା ନିମନ୍ତେ କାର୍ଯ୍ୟ ହୋଇଛି। ଏକ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ହୋଇଛି। ଗାଁରେ ପାଇପ୍ ବିଛା ଯିବା ସହ ଘରର ସମୁଖ ମାନଙ୍କରେ ଟ୍ୟାପ୍ ଖଞ୍ଜା ଯାଇଛି। ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଷ୍ଟାଣ୍ଡ ପୋଷ୍ଟ ଗୁଡି଼କ ଅନେକ ସ୍ଥାନରେ ଭାଙ୍ଗି ରୁଜି ଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ପାଇପ ଯୋଡ଼ା ନଯାଇ ସେମିତି ଛଡ଼ା ଯାଇଛି। ଦୀର୍ଘ ସମୟ ହେବ କାର୍ଯ୍ୟ ବନ୍ଦ ହୋଇ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହୋଇନାହିଁ। ବର୍ତ୍ତମାନ୍ ଗ୍ରାମରେ ଲାଗି ରହିଛି ପାଣିର ଉତ୍କଟ। ମହିଳା ମାନେ ଗାଁରେ ଥିବା ଦୂଷିତ ବନ୍ଧ ପାଣି ଆଣି ବ୍ୟବହାର କରି ଥାନ୍ତି ।ସେହି ଦୂଷିତ ପାଣି ପିଇ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ। ଏହାକୁ ଯଥାଶୀଘ୍ର କାର୍ଯ୍ୟ କ୍ଷମ କରି ପାଣି ଯୋଗାଇବା ନିମନ୍ତେ ଦାବି କରିଛନ୍ତି ଗ୍ରାମବାସୀ। ଏ ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ କଣିଷ୍ଟ ଯନ୍ତ୍ରୀ(୧) ପ୍ରଭାକର ମୁନିଙ୍କୁ ଯୋଗାଯୋଗ କଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ