କୋଟି ଦଣ୍ଡବତ

କୋଟି ଦଣ୍ଡବତ
କାଳିଆ ସାଆନ୍ତ
ଘେନ ସିଂହଦ୍ବାର ଠାରୁ,
ଗରୁଡ ପଛରେ
ଉର୍ଦ୍ଧବାହୁ ହେଲେ
ଲୋତକ ଝରେ ଆଖିରୁ ।

ଆପଣାର ଠାରୁ
ଅତି ଆପଣାର
ଆପଣଙ୍କ ପରି ନାହିଁ,
କୋଟି ଦଣ୍ଡବତ
ନିଇତି କହଇ
ଗୋଟେ ଦଣ୍ଡବତ ହୋଇ ।

କୋଟିସମ ଲାଗେ
ଗୋଟେ ଦଣ୍ଡବତ
ତୋତେ ଦଣ୍ଡବତ ହେଲେ,
ନୟନୁ ବହଇ
ଆନନ୍ଦର ଅଶ୍ରୁ
ତୋ ଆଗେ ହାତ ଟେକିଲେ ।

ମୁଣ୍ଡ ଉପରକୁ
ହାତ ଉଠିଗଲେ
ମଥାକୁ ନ ଆସେ ଫେରି,
କୋଟି ଠାରୁ ଭାରି
ଗୋଟେ ଉର୍ଦ୍ଧ୍ବବାହୁ
ତୋ ଭାବ ପ୍ରିୟ ସବୁରି ।

ତୋ ଭାବେ ଯିଏ ସେ
ଉର୍ଦ୍ଧ୍ବବାହୁ ତୋଳି
ଜୟ ଜଗନ୍ନାଥ କହେ,
ଗୋଟିଏ କେମିତି
କୋଟିଏ ହୁଅଇ
ସେ ଭାବ ଜାଣଇ ସିଏ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ