କୋଡ଼ିଙ୍ଗା ତହସିଲଦାର ତିନିବର୍ଷ ଜେଲ ଦଣ୍ଡାଦେଶ ସହ ୩୦୦୦୦ ଟଙ୍କା ଜୋରିମାନା
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲରେ କାର୍ଯ୍ୟରତ ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ତିନିବର୍ଷ ଜେଲ ଦଣ୍ଡ ସହ ୩୦୦୦୦ ଟଙ୍କାର ଜୋରିମାନା ଦଣ୍ଡାଦେଶ ଶୁଣାଇଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତହସିଲଦାର ସୁବ୍ରତ କୁମାର ବେହେରା ସୁବର୍ଣ୍ଣପୁର ଜିଲ୍ଲା ତରଭା ରେ ତହସିଲଦାର ଏବଂ ସବ ରେଜିଷ୍ଟାର ଥିବାବେଳେ ଜମିଜମା ରେଜିଷ୍ଟ୍ରେସନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦୦ ଟଙ୍କା ଲାଞ୍ଚ ଦାବି କରି ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗୁରୁବାର ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲ ଅଫିସରେ କାର୍ଯ୍ୟରତ ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ବଲାଙ୍ଗୀର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ ସୂଚନା ଦେଇଛନ୍ତି ।