କୋଡିଙ୍ଗାମାଳି ଖଣି ଖନନ ବାର୍ଷିକ ୫.୭୧ମିଲିୟନ ଟନ ବୃଦ୍ଧିକୁ ବିରୋଧ

ସଂପୂର୍ଣ୍ଣ ଭାବେ ଖଣି ଖନନ ବନ୍ଦ କରିବାକୁ ଦାବି ଜିଲ୍ଲାପାଳ ଓ ଖଣି ଉପ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : ରାଜ୍ୟ ସରକାର ଓଏମସି ଜରିଆରେ ୨୦୧୭ ମସିହା ଠାରୁ କୋଡିଙ୍ଗାମାଳି ପର୍ବତରୁ ଖଣି ଖନନ କରି ବେଦାନ୍ତ କଂପାନୀକୁ ବାର୍ଷିକ ୩ ମିଲିୟନ ଟନ ବକ୍ସାଇଟ ଯୋଗାଇ ଆସୁଛନ୍ତି ବୋଲି କୋଡିଙ୍ଗାମାଳି ଖଣି ପ୍ରଭାବିତ ଓ ପାରିପାର୍ଶିକ ଅଞ୍ଚଳବାସୀ କହିଛନ୍ତି । ବର୍ତ୍ତମାନ ବେଦାନ୍ତ ଓ ପାୟୋନୀର କଂପାନୀକୁ ବକ୍ସାଇଟ ଯୋଗାଇ ଦେବା ପାଇଁ ଓଏମସି ବାର୍ଷିକ ୫.୭୧ ମିଲିୟନ ଟନ ବକ୍ସାଇଟ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସହମତି ଲୋଡୁଥିବା ସେମାନେ ଦାବିପତ୍ରରେ ଉଲ୍ଲେଖ କରିବା ସହ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି।ଗତ ୮ ବର୍ଷରୁ ଉର୍ଦ୍ଧ୍ବ ହେବ କୋଡିଙ୍ଗାମାଳି ଖଣି ପରିବହନ ଚାଲୁଥିବା ବେଳେ ବେଦାନ୍ତ କଂପାନୀ ଏବଂ ଓଏମସି ପ୍ରଭାବିତ ଅଞ୍ଚଳରେ କୌଣସି ଆଖିଦୂର୍ଶିଆ ଉନ୍ନୟନ ମୂଳକ କାର୍ଯ୍ୟ କରି ନ ଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି।ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ରହିଥିଲେ ସୁଦ୍ଧା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଶତକଡା ଏକ ପ୍ରତିଶତ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।ତେଣୁ ଖଣି ଖନନ ଉତ୍ପାଦନ ବୃଦ୍ଧିକୁ ଅନୁମତି ନ ଦେବା ସହ ସଂପୂର୍ଣ୍ଣ ଭାବେ ଖଣି ଖନନ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଯଦି ଏହା ନ ହୁଏ ତେବେ ଆଗମୀ ଦିନରେ ପ୍ରଭାବିତ ଅଞ୍ଚଳ ବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ପ୍ରଥମେ ଖଣି ଉପ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ ଦବିପତ୍ରକୁ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।ଏହାପରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କୁ ଭେଟି ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ