କୋଣାର୍କରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କରେ ଶନିବାର ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଵିଭିନ୍ନ ବିଦ୍ୟାଳୟର ସ୍କାଉଟ ,ଗାଇଡ୍ ,ଏନ.ସି.ସି ,ଜାତୀୟ ସବୁଜ ବାହିନୀ ,ନେଚର ଡ୍ରାଇଭର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଇନ୍ଟିସ୍ଟ ରଶ୍ମିରଖା ପ୍ରଧାନ ଓ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଂଜିନିୟର ସୌମେନ୍ଦ୍ର ନାଥ ମହାନ୍ତି ,ସଂଜୀବ କୁମାର କଅଁର ,ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ,କାର୍ତ୍ତିକେଶ୍ଵର ଵେହେରା,ଵିଷ୍ଣୁନାରାୟଣ ସେନାପତି, ପ୍ରଦୀପ୍ତ ପଣ୍ଡା ପ୍ରମୁଖ ଉଦ୍ବୋଧନ ଦେଇ ଆମ ବେଳାଭୂମିକୁ ସଫା ରଖିବା ଆମ ଦାଇତ୍ଵ। ଏଠାକୁ ନିର୍ମଳ ରଖିବା ପାଇଁ ଶପଥ ପାଠ କରାଇଥିଲେ।ପ୍ରାରମ୍ଭରୁ ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ଚନ୍ଦ୍ରଭାଗା ଵେଳାଭୂମିକୁ ସଫେଇ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଵିଭିନ୍ନ ପ୍ରତିଯୋଗିତା କରାଯାଇ ପୁରଷ୍କାର ବିତରଣ କରା ଯାଇଥିଲା।କାର୍ଯ୍ୟକ୍ରମକୁ ଶିକ୍ଷକ ରାମକୃଷ୍ଣ ମହାନ୍ତି,ଅଭୟ ମଲ୍ଲ, ଲୋକନାଥ ଵେହେରା, ମାନସ କୁମାର ମୁଦୁଲି, ଦିଲିପ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ବର ଵିଦ୍ୟାପିଠ,କୋଣାର୍କ ଉଚ୍ଚ ବିଦ୍ୟାଳୟ,ଦାମୋଦର ଉଚ୍ଚ ବିଦ୍ୟାଳୟ, ଵିଵେକାନନ୍ଦ ଶିକ୍ଷାକେନ୍ଦ୍ର,ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ, ନବୋଦୟ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।