କୋଣାର୍କରେ କଂଗ୍ରେସ ପକ୍ଷରୁ ଚାଇନା ଦ୍ରବ୍ୟକୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ
କୋଣାର୍କ, (ଗଣେଶ ବେହେରା): ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ କାକଟପୁର ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଭାରତୀୟ ସୀମା ରେ ପ୍ରାଣ ହରାଇଥିବା ବୀର ସହିଦ ଙ୍କ ସ୍ମୃତିରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବୀର ସହିଦ ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରାଯିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଚୀନ ର ପ୍ରଧାନମନ୍ତ୍ରୀ ଜିଙ୍ଗପିନ୍ ର କୁଶପୁତ୍ତଳିକା ଦାହ କରାଯିବା ସହ ଚୀନ୍ ଦ୍ରବ୍ୟକୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା କଂଗ୍ରେସ ର ସାଧାରଣ ସମ୍ପାଦକ ଏବଂ ଯୁବ ଓ ଛାତ୍ର କଂଗ୍ରେସର ପ୍ରଭାରୀ ବିଶ୍ବଭୁଷଣ ଦାସ ଉପସ୍ଥିତ ରହିଥିଲେ ।ଏଥିରେ ନଗର କଂଗ୍ରେସ ର ସଭାପତି ଭରତ ଚନ୍ଦ୍ର ପାଢୀ, କାର୍ଯ୍ୟ କାରୀ ସଭାପତି ସୁବାଷ ନାୟକ, ପୂର୍ବତନ କାଉନସିଲର ଉପେନ୍ଦ୍ର କାଣ୍ଡି, ସୁବୋଧ ଖଟୁଆ,ବିଜୟ ନନ୍ଦୀ, ହଟକିଶୋର ନାୟକ ଏବଂ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ତପନ କାଣ୍ଡି, ବିରଞ୍ଚି ନାରାୟଣ ପତି, ହରେକୃଷ୍ଣ ମହାନ୍ତି, ରଜନୀ ରଞ୍ଜନ ପଣ୍ଡା, ସ୍ଵାଧୀନ ନାୟକ, ପ୍ରବୀର ବିଶ୍ଵାଳ,ସୁବାଷ ବିଶ୍ଵାଳ, କେଶବ ବେହେରା, ତୁଷାରକାନ୍ତ ବିଶ୍ଵାଳ, ବିଶ୍ୱଜିତ୍ ସ୍ୱାଇଁ, ଦୀପ୍ତି ରଞ୍ଜନ ଗୋଚ୍ଛାୟତ, ହରମୋହନ ବେହେରା, କୋଣାର୍କ ମହିଳା ମହାସଂଘ ର ସଭାନେତ୍ରୀ ମୀନରଭା ରାଉତ ପ୍ରମୁଖ ଯୋଗଦେଇ ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ।