କୋଣାର୍କରେ ଝୁଲଣ ଉତ୍ସବ ୨୦୧୯ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ସ୍ଵର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ ନାଟ୍ୟ ମଣ୍ଡପ ପ୍ରାଙ୍ଗଣରେ ଝୁଲଣ ଉତ୍ସବ ୨୦୧୯ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ନାଟ୍ୟ ମଣ୍ଡପ ର ସଭାପତି ଖଗେଶ୍ଵର ଖଣ୍ଡାୟତରାୟଙ୍କ ସଭାପତି ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ଜବାହାର ନେହରୁ ବିଦ୍ୟାଳୟର ଅଧ୍ୟକ୍ଷ ମଲେସ୍ଵର ରାଓ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମ କୃଷ୍ଣ ମହାପାତ୍ର.,ଶିକ୍ଷାବିତ୍ ସାହିତ୍ୟିକ ରବୀନ୍ଦ୍ରନାଥ ବାହିନିପତି, ଶୋଭନୀୟ ଶିକ୍ଷାଶ୍ରମ ର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ, ସ୍ଵର୍ଗତ ଗୁରୁ ଗଙ୍ଗାଧର ଙ୍କ ପତ୍ନୀ ସୁଲୋଚନା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଝୁଲଣ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଉତ୍ସବ  ଅଗଷ୍ଠ ୧୨ ରୁ ଆରମ୍ଭ ହୋଇ  ଅଗଷ୍ଠ୧୫ ରେ ଶେଷ ହେବ।ଏହି ଉତ୍ସବକୁ ଗୁରୁପଦ ବଳିୟାର ସିଂ ଓ ଗୁରୁ ଜୟ କୃଷ୍ଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ