କୋଣାର୍କରେ ପୁରୀ ନାମ ପରିବର୍ତ୍ତନ ପାଇଁ ଉଠିଲା ସ୍ୱର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ଶ୍ରୀଜଗନ୍ନାଥ ପରିସରରେ ଥିବା ରାଜାରାମ ମଠ ପ୍ରାଙ୍ଗଣରେ ପୁରୀର ନାମ ଜଗନ୍ନାଥ ପୁରୀ ରଖିବା ପାଇଁ ସ୍ଥାନୀୟ ଅଞ୍ଚଳର ସଂସ୍କୃତିପ୍ରେମୀ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ପୁରୀ ଏକ ନଗରୀ, ଏହା ଏକ ସ୍ଥାନର ନାମ ନୁହେଁ । ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଦେବତା। ଏବେ ବି ବିଶ୍ୱର ଅନେକ ଲୋକ ପୁରୀକୁ ଜାଣନ୍ତି ନାହିଁ । ବ୍ରିଟିଶ ଶାସନ କାଳରେ ଏହି ସ୍ଥାନର ନାମ ଥିଲା ଜଗନ୍ନାଥ। ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ସେମାନେ ଏହି ସ୍ଥାନର ନାମ ପରିବର୍ତ୍ତନ କରି ପୁରୀ ରଖିଛନ୍ତି । ଶ୍ରୀମନ୍ଦିରରେ ବସିଥିବା ପୁରୁଷୋତ୍ତମ ଏବେ ଜଗନ୍ନାଥ ନାମରେ ପରିଚିତ । ଏହି ପରିପ୍ରେକ୍ଷୀରେ ପୁରୀ ସହ ବିଶ୍ୱ ଦେବତା ଜଗନ୍ନାଥ ନାମଙ୍କୁ ଯୋଡି ବିଶ୍ୱକୁ ଏକ ମୁକ୍ତିର ମାର୍ଗ ଓ ପବିତ୍ର ମାର୍ଗ କରିବା ପାଇଁ ପୁରୀ ଜିଲ୍ଲାର ନାମ ଜଗନ୍ନାଥ ପୁରୀ ରଖିବା ପାଇଁ କୋଣାର୍କ ଠାରେ ଆୟୋଜିତ ସଂସ୍କୃତିପ୍ରେମୀ ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମାଜିକ ସଂଗଠନ, ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯାଇଛି । ବସନ୍ତ ମଞ୍ଜରୀ ପାଠାଗାରର ସମ୍ପାଦକ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବଧୂତ ମଠର ମଠାଧିଶ ବାବା ଆଦିତ୍ୟ ଚରଣ ଦାସ, କୋଣାର୍କ ବିଶ୍ଵ ହିନ୍ଦୁ ପରିଷଦ ସଭାପତି ଭାଗୀରଥୀ ସ୍ୱାଇଁ, ଶ୍ରୀଗୁରୁ ଆଶ୍ରମର ପ୍ରତିଷ୍ଠାତା ବାବା ଶକ୍ତିଦେବ ଶତପଥୀ, କୋଣାର୍କ ସୁରକ୍ଷା ସମିତି ଆବାହକ ବାଦଲ ଦାଶ, ସାମାଜିକ କର୍ମୀ କାଳନ୍ଦୀ ଚରଣ ସ୍ଵାଇଁ, ରବିନ୍ଦ୍ର ନଦୀ, ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ନିରଂଜନ ରାଉତରାୟ, ଆଲୋକ ରଞ୍ଜନ ପଣ୍ଡା, ମାଧୁର୍ଯ୍ୟ ଜଗତଜ୍ୟୋତି ବିଶ୍ୱରାୟ ସମେତ କୋଣାର୍କର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗାଁ ଗାଁରେ ପହଞ୍ଚାଇବା ସହ ଏହାକୁ ଏକ ବିପ୍ଳବରେ ପରିଣତ କରିବା ପାଇଁ ଏକ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ପୁରୀର ଜଗନ୍ନାଥ ସଂସ୍କୃତି ଗବେଷକ ବଦ୍ରି ମିଶ୍ର, ମିଶନ ଓଡିଶାର ମଧୁସୂଦନ ମିଶ୍ର, ଶ୍ରୀକ୍ଷେତ୍ର ସୂଚନାର ସମ୍ପାଦକ ରାଜେଶ ମହାନ୍ତି, ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ବିଶିଷ୍ଟ ସମାଜ ସଂସ୍କାରକ ହେକ୍ଟର ମିଶ୍ର ଓ ଉତ୍କଳ ବିଦ୍ବାନ ପରିଷଦ ମନୋଜ ରଥ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ପୁରୀଜିଲ୍ଲାର ୧୧ଗୋଟି ବ୍ଲକ, ଏନଏସି ସମେତ ସାତଗୋଟି ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ମାନଙ୍କରେ ଜଗନ୍ନାଥ ପୁରୀ – ପରିଚୟ ପୁରୀର ସ୍ଲୋଗାନ କୁ ପହଞ୍ଚାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ