କୋଣାର୍କ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଣାର୍କ ଆଶ୍ରମ ସ୍କୁଲର ସୁନାମ ଧନ୍ଯ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବରେ ଜିଲ୍ଲା ମଂଗଳ ଅଧିକାରୀ ବିକାଶ କୁମାର ମହାନ୍ତି, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଗୋପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ଗୋପ ବ୍ଳକ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଆଶ୍ରମ ସ୍କୁଲର ବିଦାୟୀ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ ଓ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ଓ କୋଣାର୍କ ସରକାରୀ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ପଣ୍ଡା, ଗୋପ ବ୍ଳକ ମଂଗଳ ଅଧିକାରୀ ବିଧିଭୂଷଣ ବେହେରା ଓ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣ ଚନ୍ଦ୍ର ବଳବନ୍ତରାୟ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥଙ୍କ ବିଦ୍ୟାଳୟ ପ୍ରତି ନିରବଛିନ୍ନ ତ୍ଯାଗ, ସେବା, ଛାତ୍ର ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟ ଦକ୍ଷତା ଓ ଗୁଣାତ୍ମକ ଶିକ୍ଷାଦାନ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ବିଦ୍ୟାଳୟର ସାଂଗଠନିକ ଓ ଉନ୍ନୟନ କାର୍ଯ୍ୟ ଦିଗରେ ବିଦାୟୀ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ଆଲୋକପାତ କରିବା ସହ ତାହା ଆଗାମୀ ପିଢ଼ିର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭାବେ ଲିପିବଦ୍ଧ ହୋଇ ରହିବ ଏଥିରେ ଦ୍ୱିମତ ନାହିଁ। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଅଭିଭାବକ, ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ରଥଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟିର ସଦସ୍ୟ, ସଦସ୍ଯା, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ।


