କୋଣାର୍କ ଇକୋ ରିଟ୍ରିଟ୍ ଉତ୍ସବ
ଡିସେମ୍ବର ୧୫ରୁ ଆରମ୍ଭ, ତମ୍ବୁ ତଳେ ପାଇବେ ପଞ୍ଚତାରକା ସୁବିଧା
କୋଣାର୍କ, (ୱା ଏନ ଏସ):ଆସନ୍ତା ଡିସେମ୍ବର ଦ୍ବିତୀୟ ସପ୍ତାହରୁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଣ ନିକଟରେ ପ୍ରତି ବର୍ଷ ପରି ଚଳିତବର୍ଷ ୬ଷ୍ଠ କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ ହେବ | ଏଥି ନିମନ୍ତେ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ୩୦ଟି ଡିଲକ୍ସ କଟେଜ୍, ୨୦ଟି ପ୍ରିମିୟମ୍ କଟେଜ୍, ୮ଟି ପ୍ରେସିଡେଣ୍ଟ ଭିଲ୍ଲା, ୧୨ଟି ରୟାଲ୍ କଟେଜ୍ ସହ ୭୦ଟି ତମ୍ବୁଘର ନିର୍ମାଣ କରାଯିବ। ଏହାର ଭଡ଼ା ରାତି ପିଛା ୫ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ତମ୍ବୁ ଘରେ ବେଳାଭୂମିରେ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ଉପଲବ୍ଧ ହେବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା,, ପାରାସେଲିଂ, ସାଇକେଲିଂ, ଭଲିବଲ୍ ଖେଳ ପାଇଁ ସୁବିଧା ରହିବ। ସେହିପରି ଇକୋ ରିଟ୍ରିଟ୍ରେ କନଫରେନ୍ସ ହଲ୍, ରିସେପ୍ସନ୍ ହଲ୍ର ବ୍ୟବସ୍ଥା ରହୁଥିବାବେଳ ସମୁଦ୍ରକୂଳରେ ଓପନ୍ ବାର୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।ଏଥିପାଇଁ ଅନଲାଇନ୍ରେ ପର୍ଯ୍ୟଟନ ବିଭାଗ ଓ ଅନ୍ୟ ପ୍ରତିଷ୍ଠିତ ଟ୍ରାଭଲସ୍ ୱେବ୍ସାଇଟ୍ରେ ବୁକିଙ୍ଗ କରାଯାଇପାରିବ ବୋଲି ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି। ଡିସେମ୍ବର ୧୫ ତାରିଖ ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ମାସରୁ ଅଧିକ ଦିନଧରି ଚାଲିବ ବୋଲି ବିଶେଷ ସୂତ୍ରରୁ
ନିଷ୍ପତ୍ତା ଗ୍ରହଣ କରିଛନ୍ତି । ଇକୋ ରିଟ୍ରିଟ୍ର ଆୟୋଜକ ଇ-ଫାକ୍ଟର ଅଧିକାରୀ, ସ୍ଥାନୀୟ ବିଦ୍ୟୁତ୍ ବିଭାଗ, ୱାଟ୍କୋ ଅଧିକାରୀଙ୍କ ସମେତ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଦ୍ବାରା ପ୍ରାଥମିକ ଭାବେ ସମସ୍ତ ଆବଶ୍ୟକ ଜରୁରୀ କାର୍ଯ୍ୟ ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଛି।